ଆଜିଠାରୁ ଜି-୨୦ ଅଧ୍ୟକ୍ଷତା ସମ୍ଭାଳିବ ଭାରତ, ନୂଆ ଲୋଗୋ ଓ ଥିମ୍ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ଆଜିଠାରୁ ଆନୁଷ୍ଠାନିକ ଭାବେ ଜି-୨୦ର ଅଧ୍ୟକ୍ଷତା ଦାୟିତ୍ବ ଗ୍ରହଣ କରିଛି । ଆସନ୍ତା ଏକ ବର୍ଷ ପାଇଁ ଭାରତ ଏହି ଦାୟିତ୍ବ ସମ୍ଭାଳିବ । ଏହି ଅବସରକୁ ସ୍ୱତନ୍ତ୍ର କରିବା ପାଇଁ କେନ୍ଦ୍ର ସରକାର ପକ୍ଷରୁ ବିଶେଷ ପ୍ରସ୍ତୁତି ଆରମ୍ଭ ହୋଇଛି | ଏହି ଅବସରରେ ଦେଶର ୧୦୦ ରୁ ଅଧିକ ସ୍ମାରକୀ ଉପରେ ଜି-୨୦ ଲୋଗୋ ପ୍ରଦର୍ଶିତ ହେବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ।

ଅଧ୍ୟକ୍ଷତା ଗ୍ରହଣ କରିବା ପରେ ଜି -୨୦ ଶିଖର ସମ୍ମିଳନୀ ପୂର୍ବରୁ ଦେଶର ୫୦ଟି ସହରରେ ୨୦୦ ରୁ ଅଧିକ ବୈଠକ ଯୋଜନା କରାଯାଇଛି । ଏଥି ମଧ୍ୟରୁ କିଛି ବୈଠକର ଆୟୋଜନ ପାଇଁ ଦେଶର ସ୍ବଳ୍ପ ଜଣାଶୁଣା ସ୍ଥାନଗୁଡିକ ଚୟନ କରାଯାଇଛି | ସୂଚନାନୁସାରେ, ଏହି ନିଷ୍ପତ୍ତି ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟ ହେଉଛି ଦେଶର ସମସ୍ତ ଜିଲ୍ଲା ଓ ବ୍ଲକକୁ ଜି -୨୦ ସହ ଯୋଡିବା।

ଜି-୨୦ର ଅଧ୍ୟକ୍ଷ ଘୋଷଣା ପରେ ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଜି-୨୦ ର ନୂଆ ଲୋଗୋ-ଥିମ୍ ଏବଂ ୱେବସାଇଟ୍ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଜି-୨୦ର ଏହି ଲୋଗୋ କେବଳ ପ୍ରତୀକ ନୁହେଁ ବରଂ ଏହା ଏକ ବାର୍ତ୍ତା। ଏହା ଏକ ଅନୁଭବ ଯାହା ଆମ ଶିରାପ୍ରଶିରାରେ ରହିଛି | ଏହା ଏକ ସଂକଳ୍ପ, ଯାହା ଆମ ବିଚାରଧାରାରେ ଅନ୍ତର୍ଭୁକ୍ତ | ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ଡିସେମ୍ବର ୧ ରୁ ଭାରତ ଜି-୨୦ର ଅଧ୍ୟକ୍ଷ ହୋଇଛି । ଏହା ଭାରତ ପାଇଁ ଏକ ଐତିହାସିକ ଅବସର, ତେଣୁ ଆଜି ଏହି ସମ୍ମିଳନୀର ୱେବସାଇଟ୍, ଥିମ୍ ଏବଂ ଲୋଗୋ ଲଞ୍ଚ କରାଯାଇଛି। ସେ କହିଛନ୍ତି ଯେ ଏହି ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ବହୁତ ଅଭିନନ୍ଦନ ଜଣାଉଛି।

Comments are closed.