ରାଜ୍ୟଗୋଷ୍ଠୀ କ୍ରୀଡା: ମହିଳା ୧୦ କିମି ଚାଲିରେ ରୌପ୍ୟ ଜିତିଲେ ପ୍ରିୟଙ୍କା

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ମିଳିଛି ଆଉ ଏକ ପଦକ । ଶନିବାର ମହିଳା ୧୦ କିଲୋମିଟର ଚାଲିରେ ପ୍ରିୟଙ୍କା ଗୋସ୍ୱାମୀ ରୌପ୍ୟ ପଦକ ଜିତିଛନ୍ତି। ସେ ୪୩:୩୮:୦୦ ମିନିଟ୍ ସହ ଦ୍ବିତୀୟ ସ୍ଥାନରେ ରହିଥିଲେ ।

ଏହା ସହ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାର ଆଥଲେଟିକ୍ସ ପ୍ରତିଯୋଗିତାରେ ଭାରତର ପଦକ ସଂଖ୍ୟା ୩ରେ ପହଞ୍ଚିଛି | ପ୍ରିୟଙ୍କା ୨୦୨୦ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଏହି ପ୍ରତିଯୋଗିତାରେ ଦେଶର ପ୍ରତିନିଧିତ୍ୱ କରିଥିଲେ |

Comments are closed.