ଭାରତରେ କରୋନା ଟିକାକରଣ ଅଭିଯାନକୁ ବର୍ଷେ ପୂରିଲା, ଏ ଯାଏଁ ଦିଆଯାଇଛି ୧୫୭ କୋଟି ଡୋଜ୍, ତଥାପି ଲକ୍ଷ୍ୟ ବହୁ ଦୂର

ନୂଆଦିଲ୍ଲୀ: ଆଜି ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ | ଆଜି କରୋନା ମହାମାରୀ ବିରୋଧରେ ଟିକାକରଣର ଏକ ବର୍ଷ ପୂର୍ତ୍ତି ହୋଇଛି | ଜାନୁୟାରୀ ୧୬, ୨୦୨୧ ରେ ଦେଶରେ ସ୍ୱାସ୍ଥ୍ୟ କର୍ମୀ ଏବଂ କରୋନା ବିରୋଧୀ ଲଢେ଼ଇରେ ଆଗଧାଡିର କର୍ମଚାରୀଙ୍କ ଟିକାକରଣ ଆରମ୍ଭ ହୋଇଥିଲା । ଟିକାକରଣର ବର୍ଷକ ମଧ୍ୟରେ ଦେଶରେ ଏଯାବତ୍ ମୋଟ ୧୫୭ କୋଟି ଟିକା ଡୋଜ୍ ଦିଆଯାଇଛି । କିନ୍ତୁ ସମଗ୍ର ଜନସଂଖ୍ୟାର ଟିକାକରଣ କରିବା ଲକ୍ଷ୍ୟ ଏବେ ବି ବହୁ ଦୂରରେ।

ଏକ ବର୍ଷ ପୂର୍ବେ ଯେବେ ଦେଶରେ କରୋନା ମହାମାରୀ ବିରୋଧରେ ଟିକାକରଣ ଆରମ୍ଭ ହୋଇଥିଲା, ୧୩୮ କୋଟି ଜନସଂଖ୍ୟାକୁ ଟିକା ଦେବା ସହଜ ନଥିଲା | ଆଜି ଯେତେବେଳେ କରୋନାର ତୃତୀୟ ତରଙ୍ଗ ବ୍ୟାପିଛି, ଗୁରୁତର ରୋଗକୁ ରୋକିବାରେ ଟୀକାକରଣ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି | ବଡ କଥା ହେଉଛି ଦେଶର ଜନସଂଖ୍ୟାର ୮ ପ୍ରତିଶତ ଲୋକଙ୍କ ଏପର୍ଯ୍ୟନ୍ତ ଟିକାକରଣ ହୋଇନାହିଁ। ଏଥି ସହିତ ଜନସଂଖ୍ୟାର ୩୧ ପ୍ରତିଶତ ଲୋକ ଏପର୍ଯ୍ୟନ୍ତ ଉଭୟ ଡୋଜ୍ ପାଇନାହାଁନ୍ତି।

୧୮+ ବୟସ ବର୍ଗର ୯୫ କୋଟି ଲୋକଙ୍କୁ ଟିକା ଦିଆଯିବାର ଥିଲା । ତେବେ ଏପର୍ଯ୍ୟନ୍ତ ଏହି ବୟସ ବର୍ଗର ମାତ୍ର ୮୭ କୋଟି ଲୋକଙ୍କୁ ପ୍ରଥମ ଡୋଜ୍ ଦିଆଯାଇଛି |
ଅର୍ଥାତ୍ ଜନସଂଖ୍ୟାର ପ୍ରାୟ ୯୨ ପ୍ରତିଶତ ପ୍ରଥମ ଡୋଜ୍ ପାଇଛନ୍ତି। ଏଥି ସହିତ ଜନସଂଖ୍ୟାର ପ୍ରାୟ ୬୫ କୋଟି ଉଭୟ ଡୋଜ ନେଇଛନ୍ତି ।

ଏକ ବର୍ଷ ବିତିଗଲାଣି, ତଥାପି ଦେଶ ୧୦୦% ଟିକାକରଣଠାରୁ ବହୁତ ଦୂରରେ ରହିଛି | ଏଭଳି ସ୍ଥିତିରେ ଜନସଂଖ୍ୟାର ୧୦୦% ଟିକାକରଣ ପାଇଁ ଆଉ କେତେ ସମୟ ଲାଗିବ ସେନେଇ ପ୍ରଶ୍ନ ଉଠିଛି। ଦେଶର ମୋଟ ଜନସଂଖ୍ୟାର ୧୦୩ କୋଟି ହେଉଛନ୍ତି ୧୫+ ବୟସ ବର୍ଗର। ସେଥିମଧ୍ୟରୁ ପ୍ରାୟ ୯୦ କୋଟି ପ୍ରଥମ ଡୋଜ୍ ପାଇଥିବାବେଳେ ପ୍ରାୟ ୬୫ କୋଟି ଦ୍ୱିତୀୟ ଡୋଜ ପାଇଛି। ଏହାର ଅର୍ଥ ୧୫+ ବୟସ ବର୍ଗର ପ୍ରାୟ ୧୨ କୋଟି ୩୮ ଲକ୍ଷ ଏପର୍ଯ୍ୟନ୍ତ ପ୍ରଥମ ଡୋଜ୍ ଗ୍ରହଣ କରିବାକୁ ଥିବାବେଳେ ୩୭ କୋଟି ୮୫ ଲକ୍ଷ ଜନସଂଖ୍ୟା ଦ୍ୱିତୀୟ ଡୋଜ୍ ପାଇବାକୁ ବାକି ଅଛି।

Comments are closed.