ରାଜ୍ୟଗୋଷ୍ଠୀ କ୍ରୀଡା: ଇତିହାସ ରଚିଲେ ଭାରତର ମହିଳା ଲନବଲ୍ ଟିମ୍, ପ୍ରଥମ ଥର ପଦକ ନିଶ୍ଚିତ କଲେ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ମହିଳା ଦଳ ଲନବଲ୍ ଇଭେଣ୍ଟ ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ଥର ପାଇଁ ଏକ ଭାରତୀୟ ଦଳ ଲନବଲ ଫାଇନାଲରେ ପ୍ରବେଶ କରିଛନ୍ତି। ଏହା ସହିତ ଏହି ଇଭେଣ୍ଟରେ ଭାରତ ପାଇଁ ଏକ ପଦକ ନିଶ୍ଚିତ ହୋଇଛି।

ଭାରତର ମହିଳା ଦଳ ଲନବଲ୍ ଫୋରସ୍ ଇଭେଣ୍ଟର ସେମିଫାଇନାଲରେ ଶକ୍ତିଶାଳୀ ନ୍ୟୁଜିଲ୍ୟାଣ୍ଡକୁ ୧୬-୧୩ ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ |

ଭାରତୀୟ ମହିଳା ଦଳ ଏବେ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଫାଇନାଲ୍ ମ୍ୟାଚ୍ ଅଗଷ୍ଟ ୨ରେ ଖେଳାଯିବ।

Comments are closed.