ୟୁକ୍ରେନରେ ଯୁଦ୍ଧ ଅପରାଧ ଅଭିଯୋଗରେ ପୁଟିନଙ୍କ ବିରୋଧରେ ଗିରଫ ୱାରେଣ୍ଟ 

ମସ୍କୋ: ୟୁକ୍ରେନରେ ଯୁଦ୍ଧ ଅପରାଧ ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଅନ୍ତର୍ଜାତୀୟ ଅପରାଧ ନ୍ୟାୟାଳୟ (ଆଇସିସି) ଗିରଫ ୱାରେଣ୍ଟ ଜାରି କରିଛି। ପୁଟିନଙ୍କ ବିରୋଧରେ ୱାରେଣ୍ଟକୁ ଆରମ୍ଭ ମାତ୍ର ବୋଲି କହିଛି ୟୁକ୍ରେନ । ୱାରେଣ୍ଟ ପରେ ପୁଟିନଙ୍କ ଆଗରେ ଆହୁରି କଠିନ ଆହ୍ବାନ ଆସିବାକୁ ଯାଉଛି।

ରୁଷ ଗତ ବର୍ଷ ଫେବୃଆରୀ ୨୪ରେ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ସେବେଠାରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲିଛି। ଯୁଦ୍ଧ ବେଳେ ରୁଷ୍ ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର କରିଛି ବୋଲି ୟୁକ୍ରେନ ବହୁଥର ଅଭିଯୋଗ କରିଛି। ଆଇସିସି ଓକିଲ କରିମ ଖାନ ବର୍ଷକ ପୂର୍ବେ ୟୁକ୍ରେନରେ ସମ୍ଭାବ୍ୟ ଯୁଦ୍ଧ ଅପରାଧ, ମାନବିକତା ବିରୋଧରେ ଅପରାଧ ନେଇ ତଦନ୍ତ ଆରମ୍ଭ କରିଥିଲେ। ତେବେ ଯୁଦ୍ଧ ସମୟରେ ଅତ୍ୟାଚାର ଅଭିଯୋଗକୁ ମସ୍କୋ ଖଣ୍ଡନ କରିଆସିଛି ।

ପୁଟିନଙ୍କ ବ୍ୟତୀତ ରୁଷର ଶିଶୁ ଅଧିକାର କମିଶନର ମାରିଆ ଆଲେକ୍ସେଭେନା ଲଭୋଭା-ବେଲୋଭାଙ୍କ ବିରୋଧରେ ମଧ୍ୟ ୱାରେଣ୍ଟ ଜାରି ହୋଇଛି ।

ପୁଟିନଙ୍କ ବିରୋଧରେ ୱାରେଣ୍ଟ ନେଇ ୟୁକ୍ରେନ ପ୍ରତିକ୍ରିୟା ରଖିଛି । ଏହା କେବଳ ଆରମ୍ଭ ମାତ୍ର ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି। ଅନ୍ୟପକ୍ଷରେ ପୁଟିନଙ୍କ ବିରୋଧରେ ଗିରଫ ୱାରେଣ୍ଟକୁ କ୍ରେମଲିନ ମୁଖପାତ୍ର ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ଆଇସିସି ନିଷ୍ପତ୍ତି ବେଆଇନ । ଏହା ଆମ ପାଇଁ କୌଣସି ଗୁରୁତ୍ଵ ରଖେନି ବୋଲି ସେ କହିଛନ୍ତି ।

Comments are closed.