ଆଇପିଏଲ ୧୩ : ଆଜି ମୁମ୍ବାଇ ବନାମ କୋଲକାତା, ହାଇ ସ୍କୋରିଂ ମ୍ୟାଚରେ ଚେନ୍ନାଇକୁ ୧୬ ରନରେ ହରାଇଲା ରାଜସ୍ଥାନ | News Room Odisha

ଆଇପିଏଲ ୧୩ : ଆଜି ମୁମ୍ବାଇ ବନାମ କୋଲକାତା, ହାଇ ସ୍କୋରିଂ ମ୍ୟାଚରେ ଚେନ୍ନାଇକୁ ୧୬ ରନରେ ହରାଇଲା ରାଜସ୍ଥାନ

ଶାରଜା – ଆଇପିଏଲ ସିିଜନ ୧୩ର ଚତୁର୍ଥ ମ୍ୟାଚରେ ରାଜସ୍ଥାନ ରୟାଲସ, ଚେନ୍ନାଇ ସୁପରକିଙ୍ଗସକୁ ୧୬ ରନରେ ହରାଇଛି । ନିଜର ପ୍ରଥମ ମ୍ୟାଚରେ ହିଁ ବିଜୟ ହାସଲ କରିଛି ରାଜସ୍ଥାନ । ଏକ ହାଇ ସ୍କୋରିଂ ମ୍ୟାଚରେ ଚେନ୍ନାଇ ପାଇଁ ରାଜସ୍ଥାନ ରଖିଥିଲା ୨୧୭ ରନର୍ ବିଜୟ ଲକ୍ଷ୍ୟ । କିନ୍ତୁ ଧୋନି ନେତୃତ୍ୱାଧିନ ଟିମ୍ ନିର୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ମାତ୍ର ୨ ଶହ ରନ୍ ହିଁ କରିପାରିଥିଲା । ଡୁପ୍ଲେସିସ ସର୍ବାଧିକ ୭୨ ରନ କରିଥିବା ବେଳେ ଅଧିନାୟକ ଧୋନି ୨୯ ରନ୍ କରି ଅପରାଜିତ ଥିଲେ । ରାଜସ୍ଥାନ ପକ୍ଷରୁ ରାହୁଲ ଟିୱାଟିଆ ସର୍ବାଧିକ ୩ଟି ୱିକେଟ ନେଇଥିଲେ ।

ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ ଟସ୍ ଜିତି ରାଜସ୍ଥାନକୁ ପ୍ରଥମେ ବ୍ୟାଟିଂ ପାଇଁ କହିଥିଲା । ସଂଜୁ ସାମସନ ଓ ଷ୍ଟିଭ୍ ସ୍ମିଥଙ୍କ ଧୂଆଁଧାର ଅର୍ଦ୍ଦଶତକ ବଳରେ ନିର୍ଧାରିତ ଓଭରରେ ୭ ୱିକେଟ ହରାଇ ୨୧୬ ରନ୍ କରିଥିଲା ରାଜସ୍ଥାନ । ସାମସନ ମାତ୍ର ୩୨ଟି ବଲରୁ ୯ଟି ଛକା ଓ ଗୋଟିଏ ଚୌକା ସହ ସର୍ବାଧିକ ୭୪ ରନ୍ କରିଥିଲେ । ସ୍ମିଥ୍ ୬୯ ରନ୍ କରିଥିଲେ । ସଂଜୁ ସାମସନଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା । ଆଇପିଏଲର ଆଜି ପଂଚମ ମ୍ୟାଚ୍ ମୁ୍‌ମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ ।