ଆଇପିଏଲ୍ ଫ୍ରାଞ୍ଚାଇଜ୍ ମାଲିକ କିଣିଲେ ଦକ୍ଷିଣ ଆଫ୍ରିକା ଟି-୨୦ ଲିଗର ୬ଟି ଯାକ ଟିମ୍

ନୂଆଦିଲ୍ଲୀ : କ୍ରିକେଟ୍ ସାଉଥ୍ ଆଫ୍ରିକା (ସିଏସ୍‌ଏ)ର ନୂଆ ଟି୨୦ ଲିଗରେ ମଧ୍ୟ ଆଇପିଏଲ ଫ୍ରାଞ୍ଚାଇଜଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି । ଦକ୍ଷିଣ ଆଫ୍ରିକାର ଏହି ନୂଆ ଟି୨୦ ଲିଗର ୬ଟି ଯାକ ଦଳକୁ ଆଇପିଏଲ୍ ଫ୍ରାଞ୍ଚାଇଜ୍ ମାଲିକ କିଣି ନେଇଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଦକ୍ଷିଣ ଆଫ୍ରିକା ଲିଗର କେପ୍ ଟାଉନ୍ ଫ୍ରାଞ୍ଚାଇଜକୁ କିଣିଛି । ସେହିପରି ସନ୍ ଟିଭି ଗ୍ରୁପ୍ ଜିକେବେରା ଫ୍ରାଞ୍ଚାଇଜର ମାଲିକାନା ହାତେଇଛି । ସନ୍ ଟିଭି ଗ୍ରୁପ୍ ହେଉଛି ଆଇପିଏଲ ଦଳ ସନରାଇଜର୍ସ ହାଇଦ୍ରାବାଦର ମାଲିକ ।

ଆଇପିଏଲର ନୂଆ ଟିମ୍ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୭୦୯୦ କୋଟିରେ କିଣିଥିବା ଆରପି ସଞ୍ଜୀବ ଗୋଏଙ୍କା ଗ୍ରୁପ୍ ମଧ୍ୟ ଦକ୍ଷିଣ ଆଫ୍ରିକା ଟି୨୦ ଲିଗରେ ପ୍ରବେଶ କରିଛି । ଆରପି ସଞ୍ଜୀବ ଗୋଏଙ୍କା ଗ୍ରୁପ୍ ଏହି ଲିଗର ଡର୍ବାନ୍ ଫ୍ରାଞ୍ଚାଇଜକୁ କିଣିଛି । ରାଜସ୍ଥାନ ରୟାଲ୍ସ ପାର୍ଲ ଟିମକୁ କିଣିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ମାଲିକ ଜିନ୍ଦଳ ସାଉଥ୍ ୱେଷ୍ଟ ସ୍ପୋର୍ଟ୍ସ ପ୍ରିଟୋରିଆ ଫ୍ରାଞ୍ଚାଇଜକୁ କିଣିନେଇଛି । ଦକ୍ଷିଣ ଆଫ୍ରିକାର ଏହି ନୂଆ ଟି୨୦ ଲିଗ୍ ଜାନୁୟାରୀ ୨୦୨୩ରୁ ଆରମ୍ଭ ହେବ ।

ଆଇପିଏଲ୍ ଫ୍ରାଞ୍ଚାଇଜ୍ ବିଦେଶୀ ଟି୨୦ ଲିଗର ଟିମ୍ କିଣିବା ନୂଆ କଥା ନୁହେଁ । ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ ଫ୍ରାଞ୍ଚାଇଜ୍ କାରବିୟାନ ପ୍ରିମିୟର ଲିଗ (ସିପିଏଲ୍‌) ଓ ୟୁଏଇ ଟି୨୦ ଲିଗର ଟିମ୍ କିଣିଥିଲା ।

Comments are closed.