ଆଇପିଏଲ ନିଲାମୀ ପ୍ରକ୍ରିୟା ପାଇଁ ୬ ଓଡିଆ ଖେଳାଳିଙ୍କ ନାଁ ସୁପାରିଶ କଲା ଓସିଏ

କଟକ-ଇଣ୍ଡିଆନ ପ୍ରିମିଅର ଲିଗ୍ -ଆଇପିଏଲ ନିଲାମୀ ପ୍ରକ୍ରିୟା ପାଇଁ ୬ ଓଡିଆ ଖେଳାଳିଙ୍କ ନାଁ ସୁପାରିଶ କରିିଛି ଓଡିଶା କ୍ରିକେଟ ଆସୋସିଏସନ-ଓସିଏ । ବିସିସିଆଇକୁ ସୁପାରିଶ କରାଯାଇଥିବା ଖେଳାଳିମାନେ ହେଲେ ରାଜେଶ ଧୂପର, ପପୁ ରାୟ, ଶୁଭ୍ରାଂଶୁ ସେନାପତି, ରାଜେଶ ମହାନ୍ତି, ଗୌରବ ଚୌଧୁରୀ, ତାରିଣୀ ସଙ୍କ । ଏହି ଖେଳାଳିମାନଙ୍କ ନାଁ ବିସିସିଆଇକୁ ଆଇପିଏଲ ନିଲାମୀ ପ୍ରକ୍ରିୟା ପାଇଁ ସୁପାରିଶ କରାଯାଇଥିବା ନେଇ ଓସିଏ ସିଇଓ ସୁବ୍ରତ ବେହେରା ସୂଚନା ଦେଇଛନ୍ତି ।

Comments are closed.