ଆଇପିଏଲ ୧୩ : ଆଜି ରାଜସ୍ଥାନ ବନାମ ଚେନ୍ନାଇ, ସନରାଇଜର୍ସ ହାଇଦ୍ରାବାଦକୁ ହରାଇଲା ଆରସିବି | News Room Odisha

ଆଇପିଏଲ ୧୩ : ଆଜି ରାଜସ୍ଥାନ ବନାମ ଚେନ୍ନାଇ, ସନରାଇଜର୍ସ ହାଇଦ୍ରାବାଦକୁ ହରାଇଲା ଆରସିବି

ଶାରଜା- ଆଇପିଏଲ ସିଜନ -୧୩ର ଚତୁର୍ଥ ମ୍ୟାଚରେ ଆଜି ପ୍ରଥମ ସଂସ୍କରଣର ଚାମ୍ପିଅନ ରାଜସ୍ଥାନ ରୟାଲସ ଓ ରନର୍ସଅପ୍ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ମୁକାବିଲା ହେବ । ଚଳିତ ଲିଗ୍‌ରେ ଆଜି ଚେନ୍ନାଇ ଦ୍ୱିତୀୟ ମ୍ୟାଚ୍ ଖେଳିବ । ଅପରପକ୍ଷେ ରାଜସ୍ଥାନ ରୟାଲସ ପ୍ରଥମ ଥର ପାଇଁ ପଡିଆକୁ ଓହ୍ଲାଇବ । ଷ୍ଟିଭେନ୍ ସ୍ମିଥ ରାଜସ୍ଥାନ ରୟାଲସର ନେତୃତ୍ୱ ନେଉଛନ୍ତି । ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନସକୁ ହରାଇଥିଲା ଚେନ୍ନାଇ ।

ଆଇପିଏଲ-୧୩ରେ ସୋମବାର ଖେଳାଯାଇଥିବା ମ୍ୟାଚରେ ବିରାଟ କୋହଲୀ ନେତୃତ୍ୱାଧିନ ରୟାଲ ଚାଲେଂଜର୍ସ ବାଙ୍ଗାଲୋର ବିଜୟ ସହ ଅଭିଯାନ ଆରମ୍ଭ କରିଛି । ବାଙ୍ଗାଲୋର ୧୦ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇଛି ।