ନୂଆଦିଲ୍ଲୀ: ‘ଲସ୍କର-ଏ-ତଇବା’କୁ ଆତଙ୍କବାଦୀ ସଂଗଠନ ଘୋଷଣା କରିଛି ଇସ୍ରାଏଲ । ମୁମ୍ବାଇ ଆକ୍ରମଣର ୧୫ ବର୍ଷ ପୂର୍ତ୍ତି ପୂର୍ବରୁ ଭାରତ ସ୍ଥିତ ଇସ୍ରାଏଲ୍ ଦୂତାବାସ ଏହି ପଦକ୍ଷେପ ନେଇଛି।
ଇସ୍ରାଏଲର ଦୂତାବାସ କହିଛି, “ଆମେ ଲସ୍କର-ଏ-ତଇବାକୁ ଆତଙ୍କବାଦୀ ସଂଗଠନ ଭାବେ ତାଲିକାଭୁକ୍ତ କରୁଛୁ। ଭାରତ ସରକାର ଏନେଇ ସେପରି କୌଣସି ଅନୁରୋଧ କରିନଥିଲେ । ତଥାପି ସମସ୍ତ ଆବଶ୍ୟକୀୟ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ପାଳନ ପୂର୍ବକ ଲସ୍କର-ଏ-ତଇବାକୁ ଇସ୍ରାଏଲର ଆତଙ୍କବାଦୀ ସଂଗଠନ ତାଲିକାରେ ସାମିଲ କରାଯାଇଛି । ”
ନଭେମ୍ବର ୨୬, ୨୦୦୮ରେ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତଇବାର ୧୦ ଜଣ ସଶସ୍ତ୍ର ଆତଙ୍କବାଦୀ ମୁମ୍ବାଇର ଅନେକ ପ୍ରସିଦ୍ଧ ସ୍ଥାନରେ ଆକ୍ରମଣ କରିଥିଲେ । ସମୁଦ୍ର ପଟେ ଆସିଥିବା ସେହି ଆତଙ୍କବାଦୀମାନେ ଚାରି ଦିନ ଧରି ମୁମ୍ବାଇ ନଗରୀକୁ ରକ୍ତରଞ୍ଜିତ କରିଥିଲେ। ସେହି ଆକ୍ରମଣରେ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଆତଙ୍କବାଦୀମାନେ ସହରର ନରିମାନ ପଏଣ୍ଟରେ ଥିବା ଇସ୍ରାଏଲ୍ ଯାଜକଙ୍କ ଘର ଉପରେ ବି ଆକ୍ରମଣ କରିଥିଲେ ।
Comments are closed.