ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନଫତାଲି ବେନେଟଙ୍କ ଭାରତ ଗସ୍ତ ସ୍ଥଗିତ

ନୂଆଦିଲ୍ଲୀ: ଇସ୍ରାଏଲର ପ୍ରଧାନମନ୍ତ୍ରୀ ନଫତାଲି ବେନେଟଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ଭାରତରେ ଇସ୍ରାଏଲ୍ ଦୂତାବାସର ମୁଖପାତ୍ର ମୁହମ୍ମଦ ହେବ ଏହି ସୂଚନା ଦେଇଛନ୍ତି।

ସୋମବାର ବେନେଟ୍ କରୋନା ସଂକ୍ରମିତ ହୋଇଥିବା ଖବର ଆସିଥିଲା । ଏହି କାରଣରୁ ତାଙ୍କର ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି।

ବେନେଟ୍ ଏପ୍ରିଲ ୩ ରୁ ୫ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିବା ସ୍ଥିର ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ବେନେଟ୍ ତାଙ୍କର ପ୍ରଥମ ଭାରତ ଗସ୍ତ ସମ୍ପର୍କରେ ଘୋଷଣା କରିଥିଲେ। ତାଙ୍କ ଗସ୍ତ ସମୟରେ ବେନେଟ୍ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅନ୍ୟାନ୍ୟ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ଥିଲା। ଏହା ବ୍ୟତୀତ ତାଙ୍କୁ ଭାରତରେ ରହୁଥିବା ଇହୁଦୀ ସମ୍ପ୍ରଦାୟର ଲୋକଙ୍କୁ ମଧ୍ୟ ଭେଟିବାର ଥିଲା ।

Comments are closed.