ପୁଣି ଇତିହାସ ରଚିଲା ଇସ୍ରୋ, ସଫଳତା ପୂର୍ବକ ଲଞ୍ଚ୍ କଲା ନିଜସ୍ବ ଏସ୍ଏସ୍ଏଲଭି ମିଶନ୍

ନୂଆଦିଲ୍ଲୀ: ନିଜ ସଫଳତାର ଲମ୍ବା ତାଲିକାରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଆଉ ଏକ ଫର୍ଦ୍ଦ ଯୋଡ଼ିଛି । ଇସ୍ରୋ ରବିବାର ନିଜସ୍ବ ଲଘୁ ଉପଗ୍ରହ ପ୍ରକ୍ଷକ୍ଷେପଣ ଯାନ (ଏସ୍ଏସଏଲଭି) ମିଶନ ଲଞ୍ଚ୍ କରି ଇତିହାସ ରଚିଛି । ଆଜି ସକାଳ ୯:୧୮ ରେ ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରର ଲଞ୍ଚ ପ୍ୟାଡ୍ ରୁ ଏହି ଉତକ୍ଷେପଣ ସଫଳତାର ସହ କରାଯାଇଛି। ଲଘୁ ଉପଗ୍ରହ ପ୍ରକ୍ଷେପଣ ଯାନ (ଏସ୍ଏସଏଲଭି) ରେ ‘ଇଓଏସ୍ ୦୨’ ଏବଂ ‘ଆଜାଦିସାଟ୍ (ଆଜାଡିଏସଏଟ୍)’ ଉପଗ୍ରହ ଉତକ୍ଷେପଣ କରାଯାଇଛି | ଇଓଏସ୍ ୦୨ ହେଉଛି ଏକ ଅର୍ଥ ଅବଜେର୍ଭସନ ସାଟେଲାଇଟ୍ | ଯାହା ୧୦ ମାସ ପାଇଁ ମହାକାଶରେ କାମ କରିବ | ଏହାର ଓଜନ ୧୪୨ କିଲୋଗ୍ରାମ | ଏଥିରେ ଏକ ଓ୍ବେଭଲେନ୍ଥ ଇନଫ୍ରାଡ୍ କ୍ୟାମେରା ଲାଗିଛି | ଯାହାର ରେଜୋଲୁସନ ୬ ମିଟର ଅଟେ | ଅର୍ଥାତ୍ ଏହା ରାତିରେ ମଧ୍ୟ ନିରୀକ୍ଷଣ କରିପାରିବ | ଏହାଛଡ଼ା ସ୍ପେସ୍ କିଡଜ୍ ଇଣ୍ଡିଆ ନାମକ ସ୍ପେସ୍ ଏଜେନ୍ସିର ଷ୍ଟୁଡେଣ୍ଟ୍ ଉପଗ୍ରହ ଆଜାଦସାଟ୍ ଉତକ୍ଷେପଣ କରାଯାଇଛି।

ଏହି ଲଞ୍ଚ ଯାନର ମୂଲ୍ୟ ମାତ୍ର ୫୬ କୋଟି। ଏସ୍ଏସଏଲଭି ରୁ ଆଜାଦିସାଟ୍ ଉପଗ୍ରହ ପ୍ରକ୍ଷେପଣ କରାଯିବ | ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବା ପାଇଁ ଦେଶର ୭୫ଟି ସ୍କୁଲର ୭୫୦ ଛାତ୍ରୀମାନେ ଆଜାଦିସାଟ୍ ତିଆରି କରିଛନ୍ତି। ଏହି ଉପଗ୍ରହର ଓଜନ ଆଠ କିଲୋଗ୍ରାମ | ଏଥିରେ ସୌର ପ୍ୟାନେଲ, ସେଲଫି କ୍ୟାମେରା ଅଛି | ଏହା ସହିତ ଦୀର୍ଘ ଦୂରତା ଯୋଗାଯୋଗ ଟ୍ରାନ୍ସପଣ୍ଡର ମଧ୍ୟ ଏଥିରେ ସ୍ଥାପନ କରାଯାଇଛି | ଏହି ଉପଗ୍ରହ ୬ ମାସ ଯାଏଁ ସେବା ଯୋଗାଇବ | ଏହି ଉପଗ୍ରହକୁ ବିକଶିତ କରିଥିବା ସ୍ପେସ୍ କିଡଜ୍ ଇଣ୍ଡିଆ ଅନୁଯାୟୀ, ଏହି ଉପଗ୍ରହର ବିକାଶ ପାଇଁ ଦେଶର ୭୫ଟି ସରକାରୀ ସ୍କୁଲରୁ ୧୦ ଜଣ ଲେଖାଏଁ ଛାତ୍ରୀଙ୍କୁ ମନୋନୀତ କରାଯାଇଥିଲା। ଏଥିରେ ଅଷ୍ଟମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀ ଥିଲେ | ମହିଳାମାନଙ୍କୁ ଏସଟିଇଏମ୍ (ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ) ରେ ପ୍ରୋତ୍ସାହିତ କରିବା ସକାଶେ ଏହା ପ୍ରଥମ ସ୍ପେସ୍ ମିଶନ୍ |

Comments are closed.