ଇସ୍ତାନବୁଲ ବିସ୍ଫୋରଣରେ ୬ ମୃତ, ଅଭିଯୁକ୍ତ ଗିରଫ

ଇସ୍ତାନବୁଲ: ଇସ୍ତାନବୁଲରେ ବିସ୍ଫୋରଣ ଘଟାଇଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ତୁର୍କୀର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ସୁଲେମାନ ସୋଏଲୁ ସୋମବାର ଏହି ସୂଚନା ଦେଇଛନ୍ତି। ତୁର୍କୀ ରାଜଧାନୀ ଇସ୍ତାନବୁଲର ଏକ ବ୍ୟସ୍ତବହୁଳ ସପିଂ ଷ୍ଟ୍ରିଟରେ ରବିବାର ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୧ ଆହତ ହୋଇଥିଲେ । ସୋସିଆଲ ମିଡିଆରେ ବିସ୍ଫୋରଣର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଭିଡ଼ିଓରେ ଅନେକ ଲୋକ ପ୍ରସିଦ୍ଧ ଇଷ୍ଟିକଲାଲ ସପିଂ ଷ୍ଟ୍ରିଟରେ ବୁଲୁଥିବା ବେଳେ ହଠାତ୍ ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳୁଛି ।

ଯେଉଁଠାରେ ବିସ୍ଫୋରଣ ଘଟିଥିଲା ​​ସେହି ସ୍ଥାନରେ ବହୁ ଦୋକାନ ଏବଂ ରେଷ୍ଟୁରାଣ୍ଟ ରହିଛି | ଏହା ସାଧାରଣତଃ ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ । କାରଣ ଏହା ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ଏକ ଲୋକପ୍ରିୟ ସ୍ଥାନ | ଏହି ଘଟଣା ପରେ ବିସ୍ଫୋରଣ ସ୍ଥାନରେ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ମୁତୟନ କରାଯାଇଛି।

Comments are closed.