ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ୧୦୦୦ କୋଟିର ବେନାମୀ ସମ୍ପତ୍ତି ଜବତ କଲା ଆୟକର ବିଭାଗ

ମୁମ୍ବାଇ: ଦୀର୍ଘ ଦିନ ଧରି ଆୟକର ବିଭାଗର ଟାର୍ଗେଟରେ ରହିଆସିଥିବା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଆୟକର ବିଭାଗ ପକ୍ଷରୁ ପାୱାରଙ୍କ ବେନାମୀ ସମ୍ପତ୍ତି ଜବତ କରିଛି । ଏହି ସମ୍ପତ୍ତିର ମୂଲ୍ୟ ୧୦୦୦ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଛି | ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଗିରଫ ହେବାର ଗୋଟିଏ ଦିନ ପରେ ଆୟକର ବିଭାଗ ଏହି ପଦକ୍ଷେପ ନେଇଛି।

ଅଜିତ ପାୱାର ଦୀର୍ଘ ଦିନ ଧରି ଆୟକର ବିଭାଗର ରାଡାରରେ ରହିଆସିଛନ୍ତି। ୭ ଅକ୍ଟୋବରରେ ଆୟକର ବିଭାଗ ତାଙ୍କର ୭୦ ରୁ ଅଧିକ ସ୍ଥାନ ଉପରେ ଚଢ଼ାଉ କରିଥିଲା। ଏହି କେନ୍ଦ୍ରୀୟ ସଂସ୍ଥା ଦୁଇଟି ରିଅଲ୍ ଇଷ୍ଟେଟ୍ ଗ୍ରୁପ୍ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ଘର ଉପରେ ଚଢ଼ାଉ କରିବା ପରେ ୧୮୪ କୋଟି ଟଙ୍କା ମୂଲ୍ୟର ଆୟ ବହିର୍ଭୁତ ସମ୍ପତ୍ତି ବିଷୟରେ ଜଣାପଡିଥିଲା । ଆୟକର ବିଭାଗ ପାଓ୍ବାରଙ୍କର ଏହି ଆୟ ବହିର୍ଭୁତ ସମ୍ପତ୍ତି ଜବତ କରିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲା।

ଆୟକର ବିଭାଗ ଅଜିତ ପାୱାରର ପାଞ୍ଚ ସ୍ଥାନରେ ଥିବା ସମ୍ପତ୍ତି ଜବତ କରିଛି। ସୂଚନାନୁସାରେ, ଦକ୍ଷିଣ ଦିଲ୍ଲୀର ଫ୍ଲାଟ, ଜରନ୍ଦେଶ୍ବର ଚିନି କଳ, ପାର୍ଥ ପାୱାର ନିର୍ମଳ କାର୍ଯ୍ୟାଳୟ, ଗୋଆ ସ୍ଥିତ ରିସର୍ଟ, ମହାରାଷ୍ଟ୍ରର ୨୭ଟି ଜମି ଆୟକର ବିଭାଗ ଦ୍ଵାରା ଜବତ କରାଯାଇଛି । ଏହି ସବୁ ସମ୍ପତ୍ତିର ମୂଲ୍ୟ ହେଉଛି ୧୦୦୦ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଛି | ଏହି ସମ୍ପତ୍ତିରେ କଳା ଟଙ୍କା ଖର୍ଚ୍ଚ ହୋଇନାହିଁ ବୋଲି ପ୍ରମାଣିତ କରିବା ପାଇଁ ଅଜିତ ପାଓ୍ବାରଙ୍କୁ ୯୦ ଦିନ ସମୟ ଦିଆଯାଇଛି ।

Comments are closed.