ସୋନୁ ସୁଦଙ୍କ ଘର ଓ ଅଫିସରେ ଲଗାତାର ଦ୍ବିତୀୟ ଦିନ ଆୟକର ବିଭାଗର ଛାନଭିନ୍

ମୁମ୍ବାଇ: ଅଭିନେତା ସୋନୁ ସୁଦଙ୍କ ଘର ଓ ଅଫିସରେ ଆଜି ମଧ୍ୟ ଆୟକର ବିଭାଗର ଛାନଭିନ୍ ଜାରି ରହିଛି। ବୁଧବାର ସନ୍ଧ୍ୟାରୁ ଭୋର୍ ପର୍ଯ୍ୟନ୍ତ ଆଇଟି ଟିମ୍ ଲଗାତାର ୨୦ ଘଣ୍ଟା ଧରି ଆକାଉଣ୍ଟ୍ ବୁକ୍, ଆୟବ୍ୟୟ ଏବଂ ଆର୍ଥିକ ରେକର୍ଡ ଯାଞ୍ଚ କରିଥିଲେ | ଆଜି ସକାଳେ ଆୟକର ବିଭାଗର ଅଧିକାରୀ ପୁଣି ସୋନୁଙ୍କ ଘର ଓ ଅଫିସରେ ପହଞ୍ଚି କାଗଜପତ୍ର ଯାଞ୍ଚ୍ ଜାରି ରଖିଛନ୍ତି ।

ଆୟକର ବିଭାଗର ଅଧିକାରୀମାନେ ଅଭିନେତା ଘରେ ଉପସ୍ଥିତ ପରିବାର ସଦସ୍ୟ ଏବଂ କର୍ମଚାରୀଙ୍କୁ ମଧ୍ୟ ଜେରା କରିଛନ୍ତି। ଆଇଟି ଟିମ୍ ସୋନୁଙ୍କ ଘରୁ କିଛି ଫାଇଲ ଏବଂ କାଗଜପତ୍ର ମଧ୍ୟ ନେଇଥିବା ଜଣାପଡିଛି। ସୋନୁ କରୋନା କାଳରେ ହଜାର ହଜାର ଲୋକଙ୍କୁ ସାହାଯ୍ୟ କରିଥିଲେ | ସେ ‘ସୁଦ୍ ଚ୍ୟାରିଟି ଫାଉଣ୍ଡେସନ୍’ ନାମକ ଏକ ଏନଜିଓ ମଧ୍ୟ ଚଳାଉଛନ୍ତି। ଏହି ଏନଜିଓ ସ୍ୱାସ୍ଥ୍ୟସେବା, ଶିକ୍ଷା, ଚାକିରି ଏବଂ ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ କାର୍ଯ୍ୟ କରେ | ଆଇଟି ଅଧିକାରୀମାନେ ଏଠାକୁ ମଧ୍ୟ ଯାଇ ଅନୁସନ୍ଧାନ କରିଛନ୍ତି। ସୂଚନା ଅନୁଯାୟୀ, ଆୟକର ବିଭାଗ ସୋନୁଙ୍କ ଏକ ରିଏଲ୍ ଇଷ୍ଟେଟ୍ ଡିଲ୍ ଯାଞ୍ଚ କରୁଛି।
ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ୨୭ ରେ ଦିଲ୍ଲୀ ସରକାର ସୋନୁ ସୁଦଙ୍କୁ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଜଡିତ କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସାଡର କରିଥିଲେ। ଏହାପରେ ସୋନୁ ଆମ୍ ଆଦମୀ ପାର୍ଟିରେ ଯୋଗଦେବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା, କିନ୍ତୁ ସୋନୁ ନିଜେ ସ୍ପଷ୍ଟ କରିଥିଲେ ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ତାଙ୍କ ରାଜନୀତିରେ କୌଣସି ଆଲୋଚନା ହୋଇନାହିଁ।

ସୋନୁଙ୍କ ଘରେ ଆୟକର ବିଭାଗର ଚଢଉ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଅଭିନେତାଙ୍କ ସମର୍ଥନରେ ଟୁଇଟ୍ କରିଛନ୍ତି। ସେ ଲେଖିଛନ୍ତି, “ସତ୍ୟ ପଥରେ ଲକ୍ଷ ଲକ୍ଷ ପ୍ରତିବନ୍ଧକ ଅଛି, କିନ୍ତୁ ସତ୍ୟର ସର୍ବଦା ବିଜୟ ହୁଏ | ସୋନୁ ସୁଦ ଜୀ ସହିତ, ଭାରତର ଲକ୍ଷ ଲକ୍ଷ ପରିବାରର ପ୍ରାର୍ଥନା ଅଛି |

Comments are closed.