ଟି୨୦ ସିରିଜରୁ ଜାଡେଜା ଆଉଟ୍, ଶାର୍ଦ୍ଦୁଲ ସାମିଲ | News Room Odisha

ଟି୨୦ ସିରିଜରୁ ଜାଡେଜା ଆଉଟ୍, ଶାର୍ଦ୍ଦୁଲ ସାମିଲ

ନୂଆଦିଲ୍ଲୀ – ଆଘାତ କାରଣରୁ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜର ଅବଶିଷ୍ଟ ମ୍ୟାଚ୍ ଗୁଡିକରୁ ବାଦ୍ ପଡିଛନ୍ତି । ତାଙ୍କ ସ୍ଥାନରେ ଦ୍ରୁତ ବୋଲର ଶାର୍ଦ୍ଦୁଲ ଠାକୁରଙ୍କୁ ସାମିଲ କରାଯାଇଛି । ଶୁକ୍ରବାର କାନ୍ବେରାରେ ଅନୁଷ୍ଠିତ ପ୍ରଥମ ଟି୨୦ରେ ଜାଡେଜା ୨୩ ବଲରେ ଅପରାଜିତ ୪୪ ରନ୍ର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିିଥିଲେ । ତେବେ ଶେଷ ଓଭରରେ ମିଚେଲ ଷ୍ଟାର୍କଙ୍କ ଏକ ବାଉନ୍ସର ତାଙ୍କ ହେଲମେଟ୍ରେ ବାଜିଥିଲା । କନକସନ୍ (ମୁଣ୍ଡ ଆଘାତ) ଯୋଗୁଁ ସେ ଅଷ୍ଟ୍ରେଲୀୟ ଇନିଂସ୍ ବେଳେ ପଡିଆକୁ ଆଉ ଫେରିନଥିଲେ । କନ୍କସନ୍ ନୟମାନୁଯାୟୀ ଜାଡେଜାଙ୍କ ସ୍ଥାନରେ ଭାରତ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ସାମିଲ କରିଥିଲା । ବିସିସିଆଇ ତରଫରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି ଯେ, କନକସନ୍ ଯୋଗୁଁ ଜାଡେଜା ଚଳିତ ଟି୨୦ ସିରିଜର ଅବଶିଷ୍ଟ ଦୁଇଟି ମ୍ୟାଚ୍ରୁ ବାଦ୍ ପଡିଛନ୍ତି । ସେ ବୋର୍ଡର ମେଡିକାଲ ଅବଜର୍ଭେସନରେ ରହିବେ । ଆବଶ୍ୟକ ସ୍ଥଳେ ତାଙ୍କର ସ୍କାନ୍ କରାଯିବ ।