ଏନଡିଏରେ ମିଶିଲା ଜେଡିଏସ୍

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେ ଗୌଡ଼ାଙ୍କ ଦଳ ଜନତା ଦଳ ସେକ୍ୟୁଲାର (ଜେଡିଏସ୍) ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ହୋଇଛି। ଜେଡିଏସ୍ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଶୁକ୍ରବାର ତାଙ୍କ ବାସଭବନରେ ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଭେଟିବା ପରେ ଏନଡିଏରେ ଜେଡିଏସ୍ ମିଶିବା ନେଇ ଔପଚାରିକ ଘୋଷଣା ହୋଇଥିଲା । ଏହି ଅବସରରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ କର୍ଣ୍ଣାଟକରେ ଆସନ ଭାଗବଣ୍ଟା ନେଇ ତିନି ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି । ତେବେ କୁମାରସ୍ବାମୀ କହିଛନ୍ତି ଯେ ତାଙ୍କ ଦଳ ତରଫରୁ ସେଭଳି କିଛି ଦାବି ହୋଇନାହିଁ ।

Comments are closed.