ଆଜି ଦେଶର ୫୦ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍‌ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଶପଥଗ୍ରହଣ

ନୂଆଦିଲ୍ଲୀ : ଜଷ୍ଟିସ୍‌ ଧନଞ୍ଜୟ ଯଶଓ୍ବନ୍ତ ଚନ୍ଦ୍ରଚୂଡ଼ ଭାରତର ୫୦ତମ ପ୍ରଧାନବିଚାରପତି ଭାବେ ଆଜି ଶପଥ ଗ୍ରହଣ କରିବେ। ସେ ଜଷ୍ଟିସ ୟୁୟୁ ଲଲିତଙ୍କ ସ୍ଥାନ ନେବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇବେ। ଜଷ୍ଟିସ ଚନ୍ଦ୍ରଚୂଡ ଏହି ପଦରେ ଦୁଇ ବର୍ଷ ଅର୍ଥାତ ୨୦୨୪ ନଭେମ୍ବର ୧୦ ଯାଏଁ ରହିବେ ।

ପ୍ରଥମ ଥର ପାଇଁ ପିତାଙ୍କ ପରେ ପୁତ୍ର ଦେଶର ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି। ଜଷ୍ଟିସ ଚନ୍ଦ୍ରଚୂଡ ହେଉଛନ୍ତି ଭାରତର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଯଶଓ୍ବନ୍ତ ବିଷ୍ଣୁ ଚନ୍ଦ୍ରଚୂଡଙ୍କ ପୁଅ। ସବୁଠାରୁ ଅଧିକ ଦିନ ଦେଶର ପ୍ରଧାନ ବିଚାରପତି ରହିବାରେ ଯଶଓ୍ବନ୍ତ ବିଷ୍ଣୁ ଚନ୍ଦ୍ରଚୂଡଙ୍କ ରେକର୍ଡ ରହିଛି। ସେ ୭ ବର୍ଷ ୪ ମାସ ଯାଏଁ ପ୍ରଧାନ ବିଚାରପତି ଥିଲେ।

ଦୁଇ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ଙ୍କ ଆଗରେ ଏବେ ରହିଛି ଅନେକ ଆହ୍ବାନ ୩୭୦ ଧାରା
ଉଚ୍ଛେଦ ଏବଂ ନାଗରିକତା ସଂଶୋଧନ ଆଇନର ବୈଧତା ଇତ୍ୟାଦି ମାମଲା ଉପରେ ସେ ଯାହା ବି ରାୟ ଦେବେ, ତା’ର ବହୁତ ବଡ଼ ରାଜନୈତିକ ପ୍ରଭାବ ରହିବ । ତା’ଛଡ଼ା ବିପୁଳ ସଂଖ୍ୟାରେ ପଡ଼ିରହିଥିବା ମାମଲା, ଯଥେଷ୍ଟ ଭିତ୍ତିଭୂମିର ଅଭାବ, ନ୍ୟାୟ ପ୍ରଦାନରେ ବିଳମ୍ବ ଇତ୍ୟାଦି ସମସ୍ୟାର ସେ କିପରି ସମାଧାନ କରିବେ, ତାହା ମଧ୍ୟ ତାଙ୍କ ଆଗରେ ଏକ ଆହ୍ୱାନ । କଲେଜିୟମ୍‌ର ମୁଖ୍ୟ ହିସାବରେ ସୁପ୍ରିମ୍‌କୋର୍ଟ ଓ ବିଭିନ୍ନ ହାଇକୋର୍ଟରେ ଖାଲି ରହିଥିବା ପଦବିଗୁଡ଼ିକପୂରଣ କରିବା ବି ତାଙ୍କର ଦାୟିତ୍ଵ ।

Comments are closed.