ପ୍ଲାଷ୍ଟିକ ସର୍ଜରୀ ପରେ କନ୍ନଡ ଅଭିନେତ୍ରୀ ଚେତନା ରାଜଙ୍କ ମୃତ୍ୟୁ

ବେଙ୍ଗାଲୁରୁ: ଅଧିକ ସୁନ୍ଦରୀ ହେବା ନିଶାରେ ଚାଲିଗଲା ଜୀବନ । ଜଣାଶୁଣା କନ୍ନଡ ଟିଭି ଅଭିନେତ୍ରୀ ଚେତନା ରାଜଙ୍କର ୨୧ ବର୍ଷ ବୟସରେ ପରଲୋକ ହୋଇଯାଇଛି | ମେ ୧୬ରେ ଚେତନା ‘ଫ୍ୟାଟ୍ ଫ୍ରି’ ସର୍ଜରୀ ପାଇଁ ବାଙ୍ଗାଲୋରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ସର୍ଜରୀର କିଛି ଘଣ୍ଟା ପରେ ପାର୍ଶ୍ଵ ପ୍ରତିକ୍ରିୟା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚେତନାଙ୍କ ଅପରେସନ୍ ମେ ୧୬ ସକାଳେ କରାଯାଇଥିଲା | ଅଭିନେତ୍ରୀ ତାଙ୍କ ସାଙ୍ଗମାନଙ୍କ ସହିତ ହସ୍ପିଟାଲରେ ପହଞ୍ଚିଥିଲେ। ଏପରିକି ତାଙ୍କ ପରିବାର ମଧ୍ୟ ଏ ବିଷୟରେ ଜାଣି ନ ଥିଲେ। ଅସ୍ତ୍ରୋପଚାର ଜନିତ ଜଟିଳତା ଯୋଗୁଁ ସନ୍ଧ୍ୟାରେ ଅଭିନେତ୍ରୀଙ୍କ ସ୍ବାସ୍ଥ୍ୟ ବିଗିଡ଼ି ଯାଇଥିଲା । ଅଭିନେତ୍ରୀଙ୍କ ଫୁସଫୁସରେ ପାଣି ଜମି ଯାଇଥିଲା ଏବଂ କିଛି ସମୟ ପରେ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଥିଲା |

ଚେତନାଙ୍କ ମୃତ୍ୟୁ ଖବର ପାଇ ତାଙ୍କ ପରିବାର ସ୍ତବ୍ଧ ହୋଇଯାଇଛି। ଡାକ୍ତରଙ୍କ ଅବହେଳା ଯୋଗୁଁ ତାଙ୍କ ଝିଅର ଜୀବନ ଚାଲିଗଲା ବୋଲି ଚେତନାଙ୍କ ପରିବାର ଅଭିଯୋଗ କରିଛନ୍ତି। ଏନେଇ ଚେତନାଙ୍କ ପରିବାର ପକ୍ଷରୁ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ ଦିଆଯାଇଛି। ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି ।

Comments are closed.