କର୍ଣ୍ଣାଟକ ମନ୍ତ୍ରୀ ଉମେଶ କଟ୍ଟିଙ୍କ ହୃଦଘାତରେ ପରଲୋକ | News Room Odisha

କର୍ଣ୍ଣାଟକ ମନ୍ତ୍ରୀ ଉମେଶ କଟ୍ଟିଙ୍କ ହୃଦଘାତରେ ପରଲୋକ

ବେଙ୍ଗାଲୁରୁ: କର୍ଣ୍ଣାଟକ ମନ୍ତ୍ରୀ ଉମେଶ କଟ୍ଟିଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା | ଉମେଶ କଟ୍ଟି କର୍ଣ୍ଣାଟକର ଖାଦ୍ୟ, ଯୋଗାଣ ଏବଂ ଉପଭୋକ୍ତା ବ୍ୟାପାର ତଥା ଜଙ୍ଗଲ ମନ୍ତ୍ରୀ ଥିଲେ । କଟ୍ଟିଙ୍କ ପତ୍ନୀ, ପୁଅ ଏବଂ ଝିଅ ଅଛନ୍ତି ।

ସୂଚନାନୁସାରେ, କଟ୍ଟି ଡଲାର କଲୋନୀ ସ୍ଥିତ ତାଙ୍କ ବାସଭବନ ବାଥରୁମରେ ହଠାତ୍ ପଡ଼ିଯାଇଥିଲେ। ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା।

ରାଜ୍ୟ ରାଜସ୍ୱ ମନ୍ତ୍ରୀ ଆର୍ ଅଶୋକ କହିଛନ୍ତି ଯେ କଟ୍ଟିଙ୍କୁ ଡାକ୍ତରଖାନା ଅଣାଯିବା ବେଳକୁ ତାଙ୍କ ନାଡ଼ି ବନ୍ଦ ହୋଇଯାଇଥିଲା। ସେ କଟ୍ଟିଙ୍କ ମୃତ୍ୟୁକୁ ଭାରତୀୟ ଜନତା ପାର୍ଟି(ବିଜେପି) ଏବଂ ବେଲାଗାଭି ଜିଲ୍ଲା ପାଇଁ ଏକ ବଡ଼ କ୍ଷତି ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇଙ୍କ ସମେତ ଅନେକ ନେତା ମନ୍ତ୍ରୀ କଟ୍ଟିଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।