ଇଡି ସମନ ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ କବିତା

ନୂଆଦିଲ୍ଲୀ: ଭାରତ ରାଷ୍ଟ୍ରୀୟ ସମିତି (ବିଆରଏସ) ନେତ୍ରୀ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତା ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନ ବିରୋଧରେ ସୁପ୍ରିମକୋର୍ଟର‌ ଦ୍ବାରସ୍ଥ ହୋଇଛନ୍ତି । ସେ ଗିରଫରୁ ସୁରକ୍ଷା ପ୍ରଦାନ କରିବାକୁ ଆବେଦନ କରିଛନ୍ତି |

ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ପିଏସ ନରସିଂହାଙ୍କ ଏକ ଖଣ୍ଡପୀଠ ତେଲେଙ୍ଗାନା ବିଧାନ ପରିଷଦର ସଦସ୍ୟ କବିତାଙ୍କ ଆବେଦନ ମାର୍ଚ୍ଚ ୨୪ରେ ଶୁଣାଣି କରିବାକୁ ରାଜି ହୋଇଛି।

କବିତାଙ୍କ ଓକିଲ ଏହି ଆବେଦନର ଜରୁରୀ ଶୁଣାଣି କରିବାକୁ ଅନୁରୋଧ କରିଥିଲେ । ଜଣେ ମହିଳାଙ୍କୁ କିପରି ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ସମନ କରାଯାଉଛି ବୋଲି ସେ ପ୍ରଶ୍ନ ଉଠାଇଥିଲେ । ଏହା ସମ୍ପୂର୍ଣ୍ଣ ଆଇନ ବିରୁଦ୍ଧ ବୋଲି ସେ ଯୁକ୍ତି କରିଥିଲେ ।

ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାର୍ଚ୍ଚ ୧୧ରେ କବିତାଙ୍କୁ ନଅ ଘଣ୍ଟା ଧରି ଜେରା କରିଥିଲା।

Comments are closed.