ଜାତୀୟ ଦଳ ଘୋଷଣା କଲେ କେସିଆର୍, ‘ଟିଆରଏସ୍’ ହେଲା ‘ବିଆରଏସ୍’

ହାଇଦ୍ରାବାଦ: ବିଜୟା ଦଶମୀ ଅବସରରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର୍) ବୁଧବାର ନିଜର ଜାତୀୟ ଦଳ ଘୋଷଣା କରିଛନ୍ତି । କେସିଆର ତାଙ୍କ ଦଳ ‘ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍)’ର ନାମ ପରିବର୍ତ୍ତନ କରି ‘ଭାରତ ରାଷ୍ଟ୍ର ସମିତି (ବିଆରଏସ୍)’ ରଖିଛନ୍ତି | ଏଥିସହ କେସିଆର୍ ୨୦୨୪ ନିର୍ବାଚନ ପୂର୍ବରୁ ଜାତୀୟ ରାଜନୀତିରେ ପ୍ରବେଶ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।

କେସିଆର ଜାତୀୟ ଦଳ ଘୋଷଣା କରିବା ପୂର୍ବରୁ ସମଗ୍ର ହାଇଦ୍ରାବାଦ ସହରରେ ତାଙ୍କର ମାଳମାଳ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା । କେସିଆର ତେଲେଙ୍ଗାନା ଭବନରେ ପହଞ୍ଚି ଜାତୀୟ ଦଳ ଲଞ୍ଚ କରିଥିଲେ। ଜାତୀୟ ରାଜନୀତିରେ ପ୍ରବେଶ କରିବାକୁ ସଙ୍କେତ ଦେଇଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ନୂଆ ଦଳ ଗଠନ ପ୍ରସ୍ତୁତି ନେଇ ଗତ କିଛି ମାସ ଧରି ବିଭିନ୍ନ ରାଜ୍ୟ ଗସ୍ତ କରି ବିରୋଧୀ ଦଳର ନେତାଙ୍କୁ ଭେଟିଥିଲେ । ଦଶହରା ଅବସରରେ ସେ ଏକ ଜାତୀୟ ଦଳ ଲଞ୍ଚ କରିବେ ବୋଲି କେସିଆର ସଙ୍କେତ ଦେଇଥିଲେ ।

Comments are closed.