କେଜିଏଫ୍-୨ ଅଭିନେତା ମୋହନ ଜୁନେଜାଙ୍କ ପରଲୋକ

ବେଙ୍ଗାଲୁରୁ: କେଜିଏଫ୍-୨ ଫେମ୍ ଅଭିନେତା ମୋହନ ଜୁନେଜାଙ୍କ ଶନିବାର ସକାଳେ ପରଲୋକ ହୋଇଯାଇଛି | ଜୁନେଜା କିଛି ଦିନ ଧରି ଅସୁସ୍ଥ ଥିଲେ । ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ହୋଇଛି। ନିଜ ହାସ୍ୟ ଅଭିନୟରେ ଲୋକଙ୍କୁ ହସାଇଥିବା ମୋହନ ଆଜି ସମସ୍ତଙ୍କ ଆଖିରେ ଲୁହ ଭରି ଚାଲି ଯାଇଛନ୍ତି | ତାଙ୍କର ଆକସ୍ମିକ ଦେହାନ୍ତ କର୍ଣ୍ଣାଟକ ଫିଲ୍ମ ଇଣ୍ଡଷ୍ଟ୍ରିକୁ ସ୍ତବ୍ଧ କରିଛି ।

ମୋହନ ଜୁନେଜା ଜଣେ ହାସ୍ୟ ଅଭିନେତା ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ | କେଜିଏଫରେ ସେ ସାମ୍ବାଦିକ ଆନନ୍ଦଙ୍କ ଇନଫର୍ମର ଭୂମିକାରେ ଅଭିନୟ କରିଥିଲେ | ସେ ଏହାପୂର୍ବରୁ ଅନେକ ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ ହିନ୍ଦୀ ଭାଷା ଫିଲ୍ମରେ କାମ କରିଥିଲେ । ମୋହନ ଜୁନେଜା ୧୦୦ ରୁ ଅଧିକ ଫିଲ୍ମରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ତାଙ୍କୁ କେଜିଏଫ୍-୧ ସହ କେଜିଏଫ୍-2 ରେ ମଧ୍ୟ ଦେଖିବାକୁ ମିଳିଥିଲା |

Comments are closed.