କେଜିଏଫ୍-୨ କ୍ରେଜ୍: ରିଲିଜ୍ ପୂର୍ବରୁ ହିଁ ଭାଙ୍ଗିଲା ‘ଆରଆରଆର’ ରେକର୍ଡ

ମୁମ୍ବାଇ:କେଜିଏଫ୍-୨ କୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ପ୍ରବଳ କ୍ରେଜ୍ ଦେଖିବାକୁ ମିଳିଛି । କେଜିଏଫ୍-୨ ପାଇଁ ଆଡଭାନ୍ସ ବୁକିଂରୁ ଏହା ସ୍ପଷ୍ଟ ହୋଇଛି। ୟଶ୍ ଅଭିନୀତ ଏହି ଫିଲ୍ମ ଗୁରୁବାର ରିଲିଜ୍ ହେଉଛି । ତେବେ କେଜିଏଫ୍-୨ ର ହିନ୍ଦୀ ଭର୍ସନ ରିଲିଜ୍ ପୂର୍ବରୁ ହିଁ ରେକର୍ଡ ଭାଙ୍ଗିଛି | ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ କୋଟି କୋଟି ଟଙ୍କା କଲେକ୍ସନ କରିସାରିଛି। ଫିଲ୍ମ ରିଲିଜକୁ ଦୁଇ ଦିନ ବାକି ଅଛି | କେଜିଏଫ୍-୨ର ହିନ୍ଦୀ ଭର୍ସନ ଆଡଭାନ୍ସ ବୁକିଂରେ ‘ଆରଆରଆର’ ର ରେକର୍ଡ ଭାଙ୍ଗିଛି | ‘ଆରଆରଆର’ ର ହିନ୍ଦୀ ଭର୍ସନ ଆଡଭାନ୍ସ ବୁକିଂରେ ୫ କୋଟି ଟଙ୍କା ବ୍ୟବସାୟ କରିଥିଲା ​​| ତେବେ ରିଲିଜ୍ ପୂର୍ବରୁ କେଜିଏଫ୍-୨ ଏଯାବତ୍ ୨୦ କୋଟି ଟଙ୍କାର ବିଜନେସ୍ କରିଛି |

ରିପୋର୍ଟ ଅନୁଯାୟୀ କେଜିଏଫ୍-୨ ପାଇଁ ପ୍ରଥମ ଦିନରେ ୨୦ କୋଟି ଆଡଭାନ୍ସ ବୁକିଂ ହୋଇଛି | ଚଳଚ୍ଚିତ୍ରର କନ୍ନଡ ଭର୍ସନ ୪.୯୦ କୋଟି, ହିନ୍ଦୀ ଭର୍ସନ ୧୧.୪୦ କୋଟି, ମାଲାୟାଲମ୍ ଭାଷାରେ ୧.୯୦ କୋଟି, ତେଲୁଗୁରେ ୫ ଲକ୍ଷ ଏବଂ ତାମିଲ ଭର୍ସନ ୨ କୋଟି ଟଙ୍କା କଲେକ୍ସନ କରିଛି |

ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ କେଜିଏଫ୍-୨ ହେଉଛି ୨୦୧୮ରେ ରିଲିଜ୍ ହୋଇଥିବା ‘କେଜିଏଫ୍-୧’ ର ସିକ୍ୱେଲ୍ ​​| ଫିଲ୍ମର ପ୍ରଥମ ଭାଗ ସାରା ବିଶ୍ୱରେ ୨୫୦ କୋଟିର ବ୍ୟବସାୟ କରିଥିଲା ​​| କେଜିଏଫ୍-୨ ହେଉଛି ସ୍ମଗଲର ରକିଙ୍କ କାହାଣୀ | କେଜିଏଫ୍-୨ ରେ କନ୍ନଡ଼ ସୁପରଷ୍ଟାର ୟଶ୍ ସମେତ ସଞ୍ଜୟ ଦତ୍ତ, ରବିନା ଟଣ୍ଡନ, ଶ୍ରୀନିଧି ଶେଟ୍ଟୀ ଏବଂ ପ୍ରକାଶ ରାଜ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

Comments are closed.