ବକ୍ସ ଅଫିସରେ ‘କେଜିଏଫ୍-୨’ ଝଡ଼, ପ୍ରଥମ ଦିନରେ ହିଁ କଲେକ୍ସନ ୧୦୦ କୋଟି ପାର୍

ମୁମ୍ବାଇ: ‘ପୁଷ୍ପା’ ଓ ‘ଆରଆରଆର’ ପରେ ଏବେ ବକ୍ସ ଅଫିସରେ ‘କେଜିଏଫ୍-୨’ ଝଡ଼ । ଗୁରୁବାର ଦେଶବ୍ୟାପୀ ରେକର୍ଡ ସଂଖ୍ୟକ ସ୍କ୍ରିନ ରେ ରିଲିଜ୍ ହୋଇଥିବା ସାଉଥ୍ ସୁପରଷ୍ଟାର ୟଶ୍ ଅଭିନୀତ ଏହି ଫିଲ୍ମ ପ୍ରଥମ ଦିନରେ ସବୁ ପୂର୍ବ ରେକର୍ଡ ଭାଙ୍ଗିଛି | ପ୍ରଥମ ଦିନରେ ‘କେଜିଏଫ୍-୨’ ସମଗ୍ର ଦେଶରେ ୧୩୪.୩୬ କୋଟି (ସବୁ ଭାଷାରେ) ବ୍ୟବସାୟ କରିଛି |

ପ୍ରଥମ ଦିନରେ ୟଶଙ୍କ ଫିଲ୍ମ ‘କେଜିଏଫ୍-୨’ ଏକ ବଡ଼ ରେକର୍ଡ ଭାଙ୍ଗିଛି | ଏହି ଫିଲ୍ମର ହିନ୍ଦୀ ଡବଡ୍ ସଂସ୍କରଣ ୫୩.୯୫ କୋଟି କଲେକ୍ସନ କରିଛି | ‘କେଜିଏଫ୍-୨’ ହ୍ରିତିକ ଏବଂ ଟାଇଗର ଶ୍ରଫଙ୍କ ଫିଲ୍ମ ‘ଓ୍ବାର୍’ର ରେକର୍ଡ ଭାଙ୍ଗିଛି। ‘ଓ୍ବାର୍’ ପ୍ରଥମ ଦିନରେ ୫୧.୬୦ କୋଟି ସଂଗ୍ରହ କରିଥିଲା ​​|

ୟଶଙ୍କ ‘କେଜିଏଫ୍-୨’ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ମଧ୍ୟ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ପ୍ରଥମ ଦିନର କଲେକ୍ସନ ମାମଲାରେ ଏହି ଦୁଇ ରାଜ୍ୟରେ ‘କେଜିଏଫ୍-୨’ ରଜନୀକାନ୍ତଙ୍କ ‘୨.୦’ ର ରେକର୍ଡ ଭାଙ୍ଗିଛି ।

କର୍ଣ୍ଣାଟକରେ ମଧ୍ୟ ୟଶଙ୍କ ଫିଲ୍ମ ପ୍ରଥମ ଦିନରେ ସର୍ବାଧିକ ଆୟ କରିଥିବା କନ୍ନଡ ଚଳଚ୍ଚିତ୍ରରେ ପରିଣତ ହୋଇଛି | କେରଳରେ ମଧ୍ୟ ରକିଂ ଷ୍ଟାର ୟଶଙ୍କ ଫିଲ୍ମ ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇଛି |

‘କେଜିଏଫ୍-୨’ ହେଉଛି ୨୦୧୮ରେ ଆସିଥିବା ‘କେଜିଏଫ୍’ର ସ୍ବିକେଲ୍ ।

Comments are closed.