ଉଡ଼ାନ ଯୋଜନା ଉପରେ ସିଏଜି ରିପୋର୍ଟ ନେଇ ମୋଦୀ ସରକାରଙ୍କୁ ଖଡ଼ଗେଙ୍କ ସମାଲୋଚନା

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ‘ଉଡ଼ାନ’ ଯୋଜନା ଉପରେ ସିଏଜି ରିପୋର୍ଟ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସିଏଜି ରିପୋର୍ଟରୁ ଜଣାପଡିଛି ଯେ କେନ୍ଦ୍ରର ଏହି ଯୋଜନା ୯୩ ପ୍ରତିଶତ ବିମାନ ମାର୍ଗରେ ଲାଗୁ ହୋଇନାହିଁ। ସରକାରଙ୍କ ‘ଉଡ଼ାନ’ ଯୋଜନା କେବଳ ଏକ ‘ଜୁମଲା (ଫମ୍ପା ପ୍ରତିଶ୍ରୁତି)’ ବୋଲି ଖଡ଼ଗେ ଅଭିଯୋଗ କରିଛନ୍ତି ।

ଟିୟର-୨ ଏବଂ ଟିୟର-୩ ସହରରେ ଲୋକଙ୍କ ପାଇଁ ବିମାନ ଯାତ୍ରା ସୁଲଭ କରିବା ଲାଗି ସରକାର ୨୦୧୬ ଅକ୍ଟୋବର ୨୧ରେ ‘ଉଡ଼ାନ (ଉଡ଼େ ଦେଶ କା ଆମ୍ ନାଗରିକ) ନାମକ ଏହି ଯୋଜନା ଆରମ୍ଭ କରିଥିଲେ।

ମଲ୍ଲିକାର୍ଜୁନ୍ ଖଡ଼ଗେ ଟ୍ୱିଟ୍ କରି କହିଛନ୍ତି ଯେ, ହାଓ୍ବାଇ ଚପଲ ପିନ୍ଧି ବିମାନରେ ଯାତ୍ରା କରିବା ଭଳି ମୋଦୀ ସରକାରଙ୍କ ପ୍ରତିଶ୍ରୁତି ତାଙ୍କ ଅନ୍ୟ ପ୍ରତିଶ୍ରୁତି ଭଳି କେବଳ ଘୋଷଣାରେ ରହିଯାଇଛି । ଏହା ଆମେ କହୁନାହୁଁ ବର ସିଏଜି ରିପୋର୍ଟ ଏହା କହୁଛି | ଏହି ଯୋଜନା ୯୩ ପ୍ରତିଶତ ବିମାନ ମାର୍ଗରେ ଲାଗୁ ହୋଇନି ।

କଂଗ୍ରେସ ସଭାପତି ଆହୁରି ଅଭିଯୋଗ କହିଛନ୍ତି ଯେ ବିମାନ କମ୍ପାନୀଗୁଡିକର ନିରପେକ୍ଷ ଅଡିଟ୍ ମଧ୍ୟ କରାଯାଇ ନାହିଁ। ବହୁ ପ୍ରଚାରିତ ହେଲିକପ୍ଟର ସେବା ବି ଠପ୍ ହୋଇପଡ଼ିଛି । ଖଡ଼ଗେ କହିଛନ୍ତି , ମିଳୁନାହିଁ ବିମାନଟି , କେବଳ ମିଳୁଛି ମିଥ୍ୟା ଏବଂ ଜୁମଲା ବୟାନ | ଭାରତ ଆଉ ଏପରି ଅଯୋଗ୍ୟ ସରକାରକୁ କ୍ଷମା କରିବ ନାହିଁ।

ସଂସଦର ମୌସୁମୀ ଅଧିବେଶନରେ ଉପସ୍ଥାପନ ହୋଇଥିବା ସିଏଜି ରିପୋର୍ଟ ଅନୁଯାୟୀ, ଉଡ଼ାନ ଯୋଜନା ଅଧୀନରେ ସାରା ଦେଶର ମନୋନୀତ ୭୭୪ ରୁଟ୍ ମଧ୍ୟରୁ ୪୦୩ ରୁଟରେ ଏହି ଶସ୍ତା ବିମାନ ସେବା ଆରମ୍ଭ ହୋଇପାରି ନାହିଁ। ଏହାଛଡ଼ା ଯେଉଁ ୩୭୧ ରୁଟରେ ଅପରେସନ୍ ଆରମ୍ଭ ହୋଇଥିଲା, ସେଥିମଧ୍ୟରୁ ୧୧୨ ରୁଟରେ ଅପରେସନ୍ ୩ ବର୍ଷ ପର୍ଯ୍ୟନ୍ତ ଜାରି ରହିଥିଲା ବେଳେ ଧିକାଂଶ ରୁଟ୍ ବନ୍ଦ ହୋଇଯାଇଥିଲା | ସିଏଜି ରିପୋର୍ଟରେ କୁହାଯାଇଛି ଯେ ମାର୍ଚ୍ଚ ୨୦୨୩ ସୁଦ୍ଧା କେବଳ ୫୪ ରୁଟରେ ବିମାନ ଚଳାଚଳ ଜାରି ରହିଛି ।

Comments are closed.