ଡଙ୍ଗରିଆ କନ୍ଧ ଜନଜାତିଙ୍କ କପଡାଗଣ୍ଡା ସାଲ୍‌କୁ ଜିଆଇ ଟ୍ୟାଗ୍ ପାଇଁ ଉଦ୍ୟମ ଆରମ୍ଭ

ରାୟଗଡା – ରାୟଗଡା ଜିଲ୍ଲା ନିୟମଗିରିର ଡଙ୍ଗରିଆ କନ୍ଧ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ କପଡାଗଣ୍ଡା ସାଲ୍‌କୁ ମିଳିବ ଜିଆଇ ଟ୍ୟାଗ୍ । ଏଥିପାଇଁ ନିୟମଗିରି ଡଙ୍ଗରିଆ କନ୍ଧ ୱିଭର୍ସ ଆସୋସିଏସନ ଓ ଏସସିଇଆରଟି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଡଙ୍ଗରିଆ କନ୍ଧ ମହିଳାମାନେ ନିଜ ହାତରେ ଏହି ସାଲ୍ ବୁଣିଥାଆନ୍ତି । ରାୟଗଡା ଜିଲ୍ଲାର ମୁନିଗୁଡା ଓ ବିଷମକଟକ ବ୍ଲକର ୫୮ଟି ଡଙ୍ଗରିଆ କନ୍ଧ ଜନଜାତି ଗାଁର ମହିଳାମାନେ ଏହି ସାଲ୍ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି । ଏହି ସାଲ୍‌ର ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ଚାହିଦା ବଢୁଥିବାରୁ କେତେକ ସ୍ଥାନରେ ଏହାର ନକଲ ଇ-କମର୍ସ ଜରିଆରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ଏହି କପଡାଗଣ୍ଡା ସାଲ୍‌କୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଲେ ଆଦିବାସୀ ବୁଣାକାରମାନେ ଉପକୃତ ହୋଇପାରିବେ ।

Comments are closed.