ବିଶ୍ୱକପ ପରେ ଟି-୨୦ ଅଧିନାୟକ ପଦ ଛାଡ଼ିବେ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଆସନ୍ତା ୨୦୨୧ ଟି-୨୦ ବିଶ୍ୱକପ ପରେ ଏହି ଫର୍ମାଟରୁ ଟିମ ଇଣ୍ଡିଆର ଅଧିନାୟକ ପଦ ଛାଡ଼ିବେ। ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ କୋହଲି ଏହା ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ବିରାଟ କୋହଲି କହିଛନ୍ତି ଯେ ସେ ଏହି ଗଭୀର ବିଚାର ପରେ ଏହି ନିଷ୍ପତ୍ତି ନେଇଛନ୍ତି। କାର୍ଯ୍ୟ ଭାରକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି।

କୋହଲି କହିଛନ୍ତି, “ମୋର ଘନିଷ୍ଠ ଲୋକ, ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଏବଂ ରୋହିତ ଶର୍ମାଙ୍କ ପରାମର୍ଶ ପରେ ମୁଁ ଟି -୨୦ ଫର୍ମାଟରେ ଅଧିନାୟକତ୍ୱ ଛାଡିବାକୁ ନିଷ୍ପତ୍ତି ନେଇଛି। ମୋର ଅଧିନାୟକତ୍ୱ ସମୟରେ ମୁଁ ଦଳକୁ ବହୁତ କିଛି ଦେଇଛି। କାର୍ଯ୍ୟଭାରକୁ ବିଚାର କରି ମୁଁ ଏହି ନିଷ୍ପତ୍ତି ନେଇଛି। ୨୦୧୧ ଟି-୨୦ ବିଶ୍ୱକପ ପରେ ଟି -୨୦ ଫର୍ମାଟରେ ଭାରତର ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି । କିନ୍ତୁ ମୁଁ ବ୍ୟାଟ୍ସମ୍ୟାନ୍ ଭାବରେ ଦଳକୁ ସମର୍ଥନ ଜାରି ରଖିବି ।

ଟେଷ୍ଟ ଏବଂ ଦିନିକିଆ ଉପରେ ଧ୍ୟାନ ଦେବା ପାଇଁ ବିରାଟ କୋହଲି ଟି -୨୦ ଫର୍ମାଟରେ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ସେ ଦିନିକିଆ ଏବଂ ଟେଷ୍ଟରେ ଭାରତର ଅଧିନାୟକତ୍ୱ ଜାରି ରଖିବେ। ରୋହିତଙ୍କୁ ଟି -୨୦ ଫର୍ମାଟରେ ଅଧିନାୟକ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ସେ ରୋହିତଙ୍କ ନେତୃତ୍ୱ ଦକ୍ଷତାକୁ ମଧ୍ୟ ପ୍ରଶଂସା କରିଛନ୍ତି।

୨୦୧୭ରେ କୋହଲିଙ୍କୁ ସୀମିତ ଓଭର କ୍ରିକେଟରେ ପୂର୍ଣ୍ଣକାଳୀନ ଅଧିନାୟକ କରାଯାଇଥିଲା। ଟି -୨୦ ଫର୍ମାଟରେ ତାଙ୍କ ନେତୃତ୍ଵରେ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରିଛି । କୋହଲି ୪୫ଟି ଟି-୨୦ ମ୍ୟାଚରେ ଭାରତର ଅଧିନାୟକତ୍ୱ କରିଛନ୍ତି, ସେଥିମଧ୍ୟରୁ ଟିମ ଇଣ୍ଡିଆ ୨୯ଟି ମ୍ୟାଚ ଜିତିଛି ଏବଂ ୧୪ ଟି ମ୍ୟାଚ୍ ରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି | ବିଜୟ ପ୍ରତିଶତ ଦୃଷ୍ଟିରୁ କୋହଲି ଏହି ଫର୍ମାଟର ଦ୍ବିତୀୟ ସଫଳ ଅଧିନାୟକ ।

Comments are closed.