କୋଲକାତାରେ ପୁଣି ଜଣେ ମଡେଲଙ୍କ ମୃତଦେହ ଉଦ୍ଧାର, ଗତ ୧୫ ଦିନରେ ତିନି ମଡେଲଙ୍କ ମୃତ୍ୟୁ

କୋଲକାତା: କୋଲକାତାରେ ପୁଣି ଜଣେ ମଡେଲଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ମୃତ ମଡେଲ୍ ମଞ୍ଜୁଶା ନିୟୋଗୀ ବୋଲି ଜଣାପଡ଼ିଛି। ମଞ୍ଜୁଶାଙ୍କ ମୃତଦେହ ଆଜି ସହରର ପାଟୁଲି ସ୍ଥିତ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଛି । ତିନି ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏହିପରି ଘଟଣା ସାମ୍ନାକୁ ଆସିଛି। ଗତ ୧୫ ଦିନ ମଧ୍ୟରେ ୩ ଜଣ ଅଭିନେତ୍ରୀ ତଥା ମଡେଲ୍ ଆତ୍ମହତ୍ୟା କରିଛନ୍ତି |

ମୃତ ଅଭିନେତ୍ରୀ ମଞ୍ଜୁଶା ନିୟୋଗୀଙ୍କ ମା’ କହିଛନ୍ତି ଯେ ଦୁଇ ଦିନ ପୂର୍ବରୁ ତାଙ୍କ ଘନିଷ୍ଠ ବନ୍ଧୁ ତଥା ମଡେଲ ବିଦିଶା ଡି ମଜୁମଦାରଙ୍କ ମୃତ୍ୟୁ ପରେ ସେ ଡିପ୍ରେସନରେ ଥିଲେ। ବୁଧବାର ସନ୍ଧ୍ୟାରେ କୋଲକାତାର ଦମ୍ ଦମ୍ ଅଞ୍ଚଳ ସ୍ଥିତ ଆପାର୍ଟମେଣ୍ଟରେ ବ୍ରାଇଡାଲ୍ ମେକଅପ୍ ଫଟୋ ସୁଟ୍ ର ଲୋକପ୍ରିୟ ଚେହେରା ବିଦିଶା ଡି ମଜୁମଦାରଙ୍କ ମୃତଦେହ ମିଳିଥିଲା।

ନିୟୋଗୀଙ୍କ ମୃତଦେହକୁ ଫରେନସିକ୍ ଯାଞ୍ଚ୍ ପାଇଁ ପଠାଯାଇଛି। ନିୟୋଗୀଙ୍କ ମା କହିଛନ୍ତି ଯେ ତାଙ୍କ ବନ୍ଧୁ ବିଦିଶାଙ୍କ ମୃତ୍ୟୁ ପରେ ମୋ ଝିଅ ଗଭୀର ଅବସାଦଗ୍ରସ୍ତ ଥିଲା ଏବଂ ସେହି ଦିନଠାରୁ ବିଦିଶା ବିଷୟରେ ଲଗାତାର କହୁଥିଲା ।

ପୂର୍ବରୁ ମେ ୧୫ ରେ କୋଲକାତାର ଗରଫା ସ୍ଥିତ ତାଙ୍କ ଭଡା ଘରେ ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ପଲ୍ଲବୀ ଦେ’ଙ୍କ ମୃତଦେହ ମଧ୍ୟ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପଲ୍ଲବୀଙ୍କ ପରିବାର ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ । ପରିବାର ଲୋକଙ୍କ ଅଭିଯୋଗ ପୋଲିସ ଲିଭ୍-ଇନ୍‌ରେ ରହୁଥିବା ତାଙ୍କ ପ୍ରେମିକକୁ ଗିରଫ କରିଥିଲା।

Comments are closed.