ଲକ୍ଷ୍ମୀପୁର ହିଂସା ମାମଲା: ଅଭିଯୁକ୍ତ ଏସ୍‌ୟୁଭି ଡ୍ରାଇଭର ଗିରଫ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ହିଂସା ଘଟଣାରେ ପୋଲିସ୍ ଶେଖର ଭାରତୀ ନାମକ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଚାଷୀଙ୍କ ଉପରକୁ ଗାଡ଼ି ଚଢ଼ାଇବା ଘଟଣାରେ ସମ୍ପୃକ୍ତ ତିନି କାର୍ ଭିତରୁ ଶେଖର ଭାରତୀ ଗୋଟିଏ ଏସ୍‌ୟୁଭି ଚଲାଉଥିଲା । ମଙ୍ଗଳବାର ରାତିରେ ପୋଲିସ୍ ତାକୁୁ ଗରିଫ କରି କୋର୍ଟରେ ହାଜର କରିଥିଲା । କୋର୍ଟ ତାକୁ ୧୪ ଦିନ ପାଇଁ ଜେଲକୁ ପଠାଇ ଦେଇଛନ୍ତି ।

ଘଟଣା ଦିନ ଶେଖର ଏକ କଳା ରଙ୍ଗର ଫର୍ଚ୍ୟୁନର ଡ୍ରାଇଭିଂ କରୁଥିଲା । ଉକ୍ତ ଫର୍ଚ୍ୟୁନର ଗାଡ଼ି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷଙ୍କ ସହଯୋଗୀ କୁହାଯାଉଥିବା ଅଙ୍କିତ ଦାସ ନାମକ ଜଣେ ବ୍ୟକ୍ତିଙ୍କର ବୋଲି ଜଣାପଡ଼ିଛି । ଲକ୍ଷ୍ମୀପୁର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଆଶିଷଙ୍କ ସମେତ ପୋଲିସ୍ ଏପର୍ଯ୍ୟନ୍ତ ଚାରି ଜଣଙ୍କୁ ଗିରଫ କରିସାରିଲାଣି ।

ଅକ୍ଟୋବର ୩ରେ କିଛି ଚାଷୀ ଲକ୍ଷ୍ମୀପୁର ଖେରିରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ହଠାତ୍ ତିନୋଟି ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଚାଲିଯାଇଥିଲେ । ଆଗରେ ଯାଉଥିବା ଗାଡ଼ି ଧକ୍କାରେ ଚାରି ଜଣ ଚାଷୀଙ୍କ ମୃତ୍ୟୁ ହୋଇଥିଲା । ଉକ୍ତ ଗାଡ଼ି କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ଚଲାଉଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ଘଟିଥିବା ହିଂସାରେ ଜଣେ ସାମ୍ବାଦିକଙ୍କ ସମେତ ଆଉ ଚାରି ଜଣଙ୍କ ମୃତ୍ୟୁ ହୋଇଥିଲା ।

Comments are closed.