ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ନେଇ କେନ୍ଦ୍ରକୁ ବିଜେଡିର ସମାଲୋଚନା, ମାଲାମାଲ ହେଉଛନ୍ତି କମ୍ପାନୀ, ଚାଷୀ ହଇରାଣ

ଭୁବନେଶ୍ୱର- ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ନେଇ କେନ୍ଦ୍ର ଉପରେ ବର୍ଷିଛି ବିଜେଡି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କେବଳ କଂପାନି ମାଲାମାଲ ହେଉଥିବା ବେଳେ ଚାଷୀ କିନ୍ତୁ ହଇରାଣ ହେଉଛି । ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, କେନ୍ଦ୍ରର ଫସଲ ବୀମା ଯୋଜନାରେ ଓଡିଶାର ଚାଷୀମାନେ ହଇରାଣ ହେଉଛନ୍ତି । ପ୍ରେସମିଟରେ ବିଜେଡି ସାଂସଦ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ବୀମା ଯୋଜନାରେ ୧ ଲକ୍ଷ ୨୬ ହଜାର କୋଟି ଟଙ୍କା ବୀମା କଂପାନୀଙ୍କୁ ଦିଆଯାଇଛି । କିନ୍ତୁ ଚାଷୀମାନେ ପାଇଛନ୍ତି ମାତ୍ର ୮୭ ହଜାର କୋଟି ଟଙ୍କା । ବାକି ୪୦ ହଜାର କୋଟି ଟଙ୍କା ବୀମା କଂପାନୀ ରଖିଛନ୍ତି ଓ ଚାଷୀ ପାଇନାହାନ୍ତି ବୋଲି । ହେଲେ ଚାଷୀଙ୍କୁ ଓଡିଶା ସରକାର ୩୫୦୦ କୋଟି ଟଙ୍କା ଦେଇଥିବା କହିଛନ୍ତି ସାଂସଦ ସସ୍ମିତ ପାତ୍ର । ଚାଷୀଙ୍କୁ ଆଉ କଷ୍ଟ ନ ଦେଇ ନ୍ୟାଯ୍ୟ ଦାବି ମିଳୁ ବୋଲି ସସ୍ମିତ ପାତ୍ର କହିଛନ୍ତି । ଚାଷୀଙ୍କ ହକ୍ ପାଇଁ ବିଜେଡି ସବୁବେଳେ ଲଢେଇ କରିଛି ଓ ଆଗକୁ ବି କରିବ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରୁ ରାଜ୍ୟଗୁଡିକ ଉପକୃତ ହେଉନାହାନ୍ତି । ଏଣୁ ୬ଟି ରାଜ୍ୟ ଏହି ଯୋଜନାରୁ ଓହରିଗଲେଣି । ରାଜ୍ୟଗୁଡିକ ସେମାନଙ୍କ ପ୍ରାପ୍ୟ ପାଇପାରିନାହାନ୍ତି ବେଲି କହିଛନ୍ତି ସସ୍ମିତ ।

Comments are closed.