ଲଲିତ ମୋଦୀଙ୍କୁ ଦୁଇ ସପ୍ତାହରେ ଦୁଇଥର କରୋନା, ହସ୍ପିଟାଲରେ ଭର୍ତ୍ତି | News Room Odisha

ଲଲିତ ମୋଦୀଙ୍କୁ ଦୁଇ ସପ୍ତାହରେ ଦୁଇଥର କରୋନା, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: କରୋନା ଓ ନିମୋନିଆ ଯୋଗୁଁ ପୂର୍ବତନ ଆଇପିଏଲ ଅଧ୍ୟକ୍ଷ ଲଲିତ ମୋଦୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବର୍ତ୍ତମାନ ତାଙ୍କୁ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଛି। ଇନଷ୍ଟାଗ୍ରାମରେ ଲଲିତ ମୋଦୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସେ ଦୁଇ ସପ୍ତାହରେ ଦୁଇଥର କୋଭିଡ୍ ସଂକ୍ରମିତ ହୋଇଛନ୍ତି । ଗୁରୁତର ‘ନିମୋନିଆ” ଯୋଗୁଁ ସେ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ ଯୋଗେ ମେକ୍ସିକୋ ସିଟିରୁ ଲଣ୍ଡନ ଆସିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କ ସହ ତାଙ୍କର ସମ୍ପର୍କ ନେଇ ଲଲିତ ମୋଦୀ ନିକଟରେ ଚର୍ଚ୍ଚାରେ ଥିଲେ। ଲଲିତ ମୋଦୀ ଟୁଇଟ୍ କରି ସୁସ୍ମିତା ସେନଙ୍କ ସହ ତାଙ୍କ ରିଲେସନଶିପ୍ ସମ୍ପର୍କରେ ଘୋଷଣା କରିଥିଲେ ।