ୟୁନିସେଫ୍ ରିପୋର୍ଟ: କୋଭିଡ୍-୧୯ ଯୋଗୁଁ ଭାରତରେ ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଛି

ନୂଆଦିଲ୍ଲୀ: ୟୁନିସେଫ୍ ର ଏକ ରିପୋର୍ଟ ଅନୁଯାୟୀ, କୋଭିଡ୍-୧୯ ମହାମାରୀ ସମୟରେ ଭାରତରେ ୧୪-୧୮ ବର୍ଷ ବୟସର ପ୍ରାୟ ୮୦% ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଛି । ମିଳିତ ଜାତିସଂଘର ଆନ୍ତର୍ଜାତୀୟ ଶିଶୁ ଜରୁରୀକାଳୀନ ପାଣ୍ଠି (ୟୁନିସେଫ) ରିପୋର୍ଟରେ ଦର୍ଶାଯାଇଛି ଯେ ବାରମ୍ବାର ସ୍କୁଲ ବନ୍ଦ ହେବା ଦ୍ବାରା ଦକ୍ଷିଣ ଏସିଆର ପିଲାମାନଙ୍କ ପାଇଁ ଶିକ୍ଷାର ସୁଯୋଗରେ ଅସମାନତା ସୃଷ୍ଟି ହୋଇଛି। ଏଥିରେ କୁହାଯାଇଛି ଯେ ୫-୧୩ ବର୍ଷ ବୟସର ଛାତ୍ରମାନଙ୍କ ମଧ୍ୟରୁ ୭୬ ପ୍ରତିଶତ ଅଭିଭାବକମାନେ ଦୂରଶିକ୍ଷା ସମୟରେ ଶିକ୍ଷାର ସ୍ତର ହ୍ରାସ ପାଇଥିବା ଜଣାଯାଇଛି |

ୟୁନିସେଫ୍ ଦକ୍ଷିଣ ଏସିଆର ନିର୍ଦ୍ଦେଶକ ଜର୍ଜ ଲାରିଆ-ଆଡଜିକ୍ କହିଛନ୍ତି ଯେ ଦକ୍ଷିଣ ଏସିଆରେ ସ୍କୁଲ ବନ୍ଦ ହେବା ଦ୍ୱାରା ଲକ୍ଷ ଲକ୍ଷ ଶିଶୁ ଏବଂ ସେମାନଙ୍କ ଶିକ୍ଷକମାନେ ଦୂର ଶିକ୍ଷାର ମାଧ୍ୟମ ବ୍ୟବହାର କରିବାକୁ ବାଧ୍ୟ ହୋଇଛନ୍ତି। ସେ କହିଛନ୍ତି ଯେ ପରିବାରରେ ମୋବାଇଲ୍ ଭଳି ଦୂରଶିକ୍ଷା ମାଧ୍ୟମ ଉପଲବ୍ଧ ହେଲେ ମଧ୍ୟ ପିଲାମାନେ ଏହାକୁ ବ୍ୟବହାର କରିବାରେ ସକ୍ଷମ ନୁହଁନ୍ତି, ତେଣୁ ପିଲାମାନଙ୍କର ଶିକ୍ଷା ଏବଂ ସେମାନଙ୍କର ଶୈକ୍ଷିକ ସ୍ତର କ୍ଷତିଗ୍ରସ୍ତ ହୋଇଛି।

ଭାରତରେ ୬-୧୩ ବର୍ଷ ବୟସର ୪୨ ପ୍ରତିଶତ ପିଲା ସ୍କୁଲ ବନ୍ଦ ସମୟରେ କୌଣସି ପ୍ରକାରର ଦୂର ଶିକ୍ଷା ସୁବିଧାର ବ୍ୟବହାର କରିନଥିବା କହିଛନ୍ତି। ଏହାର ଅର୍ଥ ହେଉଛି ସେମାନେ ପଢିବା ପାଇଁ ବହି, ୱାର୍କସିଟ୍, ଫୋନ୍ କିମ୍ବା ଭିଡିଓ କଲ୍, ହ୍ବାଟସଆପ୍, ୟୁଟ୍ୟୁବ୍, ଭିଡିଓ କ୍ଲାସ୍ ଆଦିର ବ୍ୟବହାର କରିନାହାଁନ୍ତି କିମ୍ବା ଏଗୁଡ଼ିକ କିପରି ବ୍ୟବହାର କରାଯାଏ ଜାଣିନାହାନ୍ତି ।

Comments are closed.