ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାରର ହେବ ରୂପା ଛାଉଣୀ, ଶୁକ୍ରବାର ମନ୍ଦିରର ସ୍ଥିତି ପରଖିବେ ବିଏମସି କମିଶନର

ଭୁବନେଶ୍ୱର – ଫନି ବାତ୍ୟାରେ ଭାଙ୍ଗି ଯାଇଥିବା ଶ୍ରୀଲିଙ୍ଗରାଜ ମନ୍ଦିରର ସିଂହଦ୍ୱର୍ର ରୂପ ବଦଳିବାକୁ ଯାଉଛି । ବର୍ତ୍ତମାନର ପିତ୍ତଳ ପରିବର୍ତ୍ତେ ରୂପା ଚଦରର ଛାଉଣୀ କରାଯିବ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବିଏମସି କମିଶନର ସଞ୍ଜୟ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଯାଇଛି ।

ମନ୍ଦିରର ସିଂହଦ୍ୱାର ପାଇଁ ରୂପା କବାଟ ଲାଗିବା ନେଇ ନିଷ୍ପତ୍ତି ହୋଇଛି । ଏ ନେଇ ବିଏମସି କମିଶନର ସଞ୍ଜୟ ସିଂହ ଆସନ୍ତା ଶୁକ୍ରବାର ମନ୍ଦିର ପରିଦର୍ଶନ କରିବେ । ସିଂହଦ୍ୱାର ସମେତ ଲିଙ୍ଗରାଜ ମନ୍ଦିରର ସ୍ଥିତି ଅନୁଧ୍ୟାନ କରିବେ ବିଏମସି କମିଶନର ।

ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ଅବହେଳା ଯୋଗୁଁ ଫନି ବାତ୍ୟାରେ ଭାଙ୍ଗି ଯାଇଥିବା ସିଂହଦ୍ୱାର ଏଯାବତ ମରାମତି ହୋଇନାହିଁ ବୋଲି ସେବାୟତମାନେ ଅଭିଯୋଗ କରିଥିଲେ । ପ୍ରଭୁ ଲିଙ୍ଗରାଜଙ୍କ ରୋଷଘର , ଗର୍ଭ ଗୃହ, ଭୋଗ ମଣ୍ଡପ, ମଙ୍ଗଳା ମନ୍ଦିର, ପାର୍ବତୀ ମନ୍ଦିର, ଭୁବନେଶ୍ୱରୀ ମନ୍ଦିର ସମେତ ଅନ୍ୟ ମନ୍ଦିରରେ ପାଣି ଗଳୁଥିବା ନେଇ ସେବାୟତମାନେ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Comments are closed.