ନନ୍ଦନକାନନରେ ସିଂହୀ ଶ୍ୟାମାର ମୃତ୍ୟୁ | News Room Odisha

ନନ୍ଦନକାନନରେ ସିଂହୀ ଶ୍ୟାମାର ମୃତ୍ୟୁ

ଭୁବନେଶ୍ୱର:ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସିଂହୀ ଶ୍ୟାମାର ମୃତ୍ୟୁ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲା । ଶ୍ୟାମାକୁ ୨୦ବର୍ଷ ୩ ମାସ ବୟସ ହୋଇଥିଲା। ତା’ର ଶରୀର ଦୁର୍ବଳ ହେବା ସହିତ ଅଧିକାଂଶ ଦାନ୍ତ ଝଡ଼ିପଡ଼ିଥିଲା। ପରେ ତାର ମଳଦ୍ବାର ନିକଟରେ ଏକ ଟ୍ୟୁମର ହୋଇ ଜନ୍ତ୍ରଣା ପାଉଥିଲା । ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ନେଇ ଗତ ତିନି ବର୍ଷ ଧରି ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ଏକ ସପ୍ତାହ ହେଲା ସେ ଅଧିକ ଗୁରୁତର ହୋଇ ପଡିଥିଲା। ଶ୍ୟାମାର ମୃତ୍ୟୁ ପରେ ନନ୍ଦନକାନନରେ ସିଂହଙ୍କ ସଂଖ୍ୟା ୧୬କୁ ହ୍ରାସ ପାଇଛି ।

ନିକଟରେ ନନ୍ଦନକାନନରେ ଦୁଇ ବାଘ ଶାବକଙ୍କ ମୃତ୍ୟୁ ହୋଇଥିଲା ।