ଏଲ୍‌ପିଜି ମୂଲ୍ୟରେ ପୁଣି ବୃଦ୍ଧି, ସିଲିଣ୍ଡର ପିଛା ୨୫ ଟଙ୍କା ମହଙ୍ଗା

ନୂଆଦିଲ୍ଲୀ – ଘରୋଇ ଏ୍‌ଲପିଜି ସିଲିଣ୍ଡର ମୂଲ୍ୟରେ ପୁଣି ବୃଦ୍ଧି ଘଟିଛି । ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି କରାଯାଇଛି । ଚଳିତ ମାସରେ ତୃତୀୟ ଥର ପାଇଁ ଏଲ୍‌ପିଜି ମୂଲ୍ୟରେ ବୃଦ୍ଧି ଘଟିଛି । ଏଥରକୁ ମିଶାଇ ଚଳିତ ମାସରେ ଏଲ୍‌ପିଜି ୧୦୦ ଟଙ୍କା ପର୍ଯ୍ୟନ୍ତ ବଢିଲାଣି । ବର୍ଦ୍ଧିତ ଦର ଅନୁସାରେ ରାଜଧାନୀ ଦିଲ୍ଲୀରେ ୧୪.୨ କେଜି ସିଲିଣ୍ଡର ମୂଲ୍ୟ ୭୯୪ ଟଙ୍କା ହୋଇଛି ।

କୋଲକାତାରେ ଏବେ ଏଲ୍‌ପିଜି ସିଲିଣ୍ଡର ପିଛା ୮୨୦ ଟଙ୍କା ହୋଇଥିବା ବେଳେ ମୁମ୍ବାଇରେ ୭୯୪, ଚେନ୍ନାଇରେ ୮୧୦ ଟଙ୍କା ଏବଂ ହାଇଦ୍ରାବାଦରେ ୮୪୬.୫୦ ଟଙ୍କା ହୋଇଛି ।

ଅନ୍ତର୍ଜାତୀୟ ବଜାରରେ ଦର ଅନୁସାରେ ଏଲ୍‌ପିଜି ମୂଲ୍ୟ ନିର୍ଦ୍ଧାରଣ ହୋଇଥାଏ । ଏହାଛଡ଼ା ଆମେରିକୀୟ ଡଲାର ଓ ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ ମଧ୍ୟ ଏଲ୍‌ପିିଜି ଦର ଉପରେ ପ୍ରଭାବ ପକାଇଥାଏ ।

ଚଳିତ ମାସରେ ପ୍ରଥମେ ଫେବୃୟାରୀ ୪ରେ ଏଲ୍‌ପିଜି ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରାଯାଇଥିଲା । ପୁଣି ଫେବୃୟାରୀ ୧୫ରେ ଏଲ୍‌ପିଜି ସିଲିଣ୍ଡର ଆଉ ୫୦ ଟଙ୍କା ମହଙ୍ଗା ହୋଇଥିଲା । ଆଜି ପୁଣି ଏଥିରେ ୨୫ ଟଙ୍କା ବୃଦ୍ଧି ଘଟିଛି ।

Comments are closed.