ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ ଆତଙ୍କବାଦୀ ହରପ୍ରୀତ ସିଂ ଗିରଫ

ନୂଆଦିଲ୍ଲୀ: ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲାର ଯାଞ୍ଚ କରୁଥିବା ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ)କୁ ମିଳିଛି ବଡ଼ ସଫଳତା । ଏହି ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ହରପ୍ରୀତ ସିଂ ଓରଫ୍ ହାପି ମାଲେସିଆକୁ ଏନଆଇଏ ଗିରଫ କରିଛି। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ହରପ୍ରୀତ ସିଂକୁ ଗିରଫ କରିଛି ଏନ୍ଆଇଏ । ମାଲେସିଆରୁ ଭାରତ ଫେରିବା ବେଳେ ଏନ୍ଆଇଏ ହାତରେ ଧରାପଡ଼ିଛି ହରପ୍ରୀତ ସିଂ । ଅନୁସନ୍ଧାନରୁ ଜଣାପଡିଛି ଯେ ଆତଙ୍କବାଦୀ ହରପ୍ରୀତ ସିଂ ଓରଫ୍ ହାପି ମାଲେସିଆ ଲଖବୀର ସିଂ ରୋଡେଙ୍କ ସହଯୋଗୀ। ଲଖବୀର ସିଂ ରୋଡେ ହେଉଛନ୍ତି ପାକିସ୍ତାନର ଆନ୍ତର୍ଜାତୀୟ ଶିଖ ଯୁବ ଫେଡେରେଶନର ମୁଖ୍ୟ। ରୋଡେଙ୍କ ସହ ଲୁଧିଆନା କୋର୍ଟ କମ୍ପ୍ଲେକ୍ସ ବିସ୍ଫୋରଣର ଷଡଯନ୍ତ୍ରକାରୀଙ୍କ ମଧ୍ୟରୁ ହରପ୍ରୀତ ସିଂ ଅନ୍ୟତମ। ରୋଡେଙ୍କ ନିର୍ଦ୍ଦେଶରେ ସେ ଏହି ବିସ୍ଫୋରଣ ପାଇଁ ଷଡ଼ଯନ୍ତ୍ର କରିଥିଲା ।

ଡିସେମ୍ବର ୨୦୨୧ରେ ଲୁଧିଆନା ଜିଲ୍ଲା କୋର୍ଟରେ ବୋମା ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ପଞ୍ଜାବ ପୋଲିସର ବରଖାସ୍ତ କର୍ମଚାରୀ ଗଗନଦୀପ ସିଂଙ୍କର ମୃତ୍ୟୁ ହୋଇଥିଲା। ଏଥିସହ ଏହି ଘଟଣାରେ ଅନ୍ୟ ୬ ଜଣ ଆହତ ହୋଇଥିଲେ । ୨୩ ଡିସେମ୍ବର ୨୦୨୧ରେ ପଞ୍ଜାବର ଜିଲ୍ଲା ଲୁଧିଆନା କମିଶନରେଟରେ ଏକ ମାମଲା ରୁଜୁ ହୋଇଥିଲା। ଅନ୍ୟପକ୍ଷରେ ଏନ୍ଆଇଏ ଏହି ଘଟଣାରେ ୧୩ ଜାନୁୟାରୀ ୨୦୨୧ରେ ଆଉ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

Comments are closed.