ସରକାର କାହିଁକି ଏଲ୍ଆଇସି-ଏସବିଆଇକୁ ଘରୋଇ କମ୍ପାନୀରେ ନିବେଶ ପାଇଁ ଅନୁମତି ଦେଉଛନ୍ତି ? ଆଦାନୀ ମାମଲାରେ କେନ୍ଦ୍ରକୁ ମମତାଙ୍କ ଟାର୍ଗେଟ୍

ନୂଆଦିଲ୍ଲୀ: ଆଦାନୀ ବିବାଦକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ କଡ଼ା ଆକ୍ରମଣ କରିଛନ୍ତି। ଆଦାନୀ ଗ୍ରୁପରେ ନିବେଶ ପାଇଁ କେନ୍ଦ୍ର ସରକାର ଏଲ୍ଆଇସି-ସିବିଆଇକୁ କାହିଁକି ଅନୁମତି ଦେଉଛନ୍ତି ବୋଲି ମମତା ପ୍ରଶ୍ନ କରିଛନ୍ତି ।

ମମତା ପଶ୍ଚିମବଙ୍ଗର ସିଲିଗୁଡିରେ ଏକ ସଭାକୁ ସମ୍ବୋଧନ କରିବା ବେଳେ ଆଦାନୀ ମାମଲା ଉଠାଇଥିଲେ । ସେ କହିଛନ୍ତି ଯେ କେନ୍ଦ୍ର ସରକାର ଚେକ୍ ଓ ବାଲାନ୍ସ ବିନା ଲୋକଙ୍କ ପଇସା ଘରୋଇ କମ୍ପାନୀମାନଙ୍କୁ ଦେଉଛନ୍ତି। ମୋଦୀ ସରକାର ଆଦାନୀ ଗ୍ରୁପ୍ ଭଳି ଘରୋଇ କମ୍ପାନୀରେ ନିବେଶ କରିବାକୁ କାହିଁକି ଅନୁମତି ଦେଉଛନ୍ତି ବୋଲି ସେ କେନ୍ଦ୍ରକୁ ସିଧାସଳଖ ପ୍ରଶ୍ନ କରିଛନ୍ତି ।

ରାଜ୍ୟ ସରକାରଙ୍କ ବିକାଶ କାର୍ଯ୍ୟକୁ ରୋକିବା ଉଦ୍ଦେଶ୍ୟରେ ବାରମ୍ବାର ଅଦାଲତର ସାହାରା ନିଆଯାଉଛି ବୋଲି ମଧ୍ୟ ମମତା ଅଭିଯୋଗ କରିଛନ୍ତି। ଗୋଟିଏ ପଟେ ଆମେ ରୋଜଗାର ଯୋଗାଇବାରେ ବ୍ୟସ୍ତ ଥିବାବେଳେ ଅନ୍ୟପଟେ ବିଜେପି ନେତାମାନେ କୋର୍ଟରେ ମକଦ୍ଦମା ଦାୟର କରୁଛନ୍ତି ଏବଂ ଆମର ବିକାଶମୂଳକ କାର୍ଯ୍ୟ ବନ୍ଦ କରୁଛନ୍ତି ବୋଲି ସେ କହିଛନ୍ତି ।

Comments are closed.