ଭବାନୀପୁରରେ ମମତାଙ୍କ ବଡ଼ ବିଜୟ, ବିଜେପିର ପ୍ରିୟଙ୍କା ଟିବ୍ରେୱାଲଙ୍କୁ ୫୮,୮୩୨ ଭୋଟରେ ହରାଇଲେ

କୋଲକାତା: ପଶ୍ଚିମବଙ୍ଗର ଭବାନୀପୁର ଉପନିର୍ବାଚନରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ବିଜୟୀ ହୋଇଛନ୍ତି । ମମତା ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ୫୮,୮୩୨ ଭୋଟରେ ପରାସ୍ତ କରିଛନ୍ତି। ମମତା ମୋଟ ୮୪,୭୦୯ ଭୋଟ୍ ପାଇଛନ୍ତି | ଏହି ବିଜୟ ସହ ମମତା ନିଜ ଚୌକି ବଞ୍ଚାଇ ଥିବାବେଳେ ନନ୍ଦିଗ୍ରାମ ପରାଜୟର ପ୍ରତିଶୋଧ ନେଇଛନ୍ତି ।

ଏପ୍ରିଲ୍-ମେ’ରେ ହୋଇଥିବା ବିଧାନସଭା ନିର୍ବାଚନରେ ମମତା ନନ୍ଦିଗ୍ରାମ ରେ ତାଙ୍କର ଏକଦା ଘନିଷ୍ଠ ସହଯୋଗୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ହାରିଯାଇଥିଲେ । କିନ୍ତୁ ତାଙ୍କ ଗଡ଼ କୁହାଯାଉଥିବା ଭବାନୀପୁର ଉପନିର୍ବାଚନରେ ମମତା ବାଜିମାତ୍ କରିଛନ୍ତି । ସେପ୍ଟେମ୍ବର ୩୦ରେ ଭବାନୀପୁର ଆସନରେ ଉପନିର୍ବାଚନ ହୋଇଥିଲା । ରାଜ୍ୟର ଅନ୍ୟ ଦୁଇ ଆସନ ସମସେରଗଞ୍ଜ, ଜାଙ୍ଗିପୁର ଆସନରେ ବି ତୃଣମୂଳ କଂଗ୍ରେସ ବିଜୟ ଆଡ଼କୁ ଅଗ୍ରସର ହେଉଛନ୍ତି ।

Comments are closed.