ନାବାଳିକା ଗଣଦୁଷ୍କର୍ମ ମାମଲା : ରାଜ୍ୟ ମହିଳା କମିଶନଙ୍କଠାରେ ହାଜର ହେଲେ ଓଟିଭି ଏମଡି , କିନ୍ତୁ ଶୁଣାଣି ବେଳେ ଅନୁପସ୍ଥିତ, ପୁଣି ହେବ ସମନ

ଭୁବନେଶ୍ୱର-ବହୁଚର୍ଚ୍ଚିତ ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ରାଜ୍ୟ ମହିଳା କମିଶନଙ୍କ ନିକଟରେ ହାଜର ହୋଇଛନ୍ତି ଓଟିଭି ଏମଡି ଜଗୀ ମଙ୍ଗତ ପଣ୍ଡା । ହେଲେ ସେ ହାଜର ହୋଇଥିଲେ ମଧ୍ୟ କାଯ୍ୟ ର୍ବ୍ୟସ୍ତତା ଦର୍ଶାଇ ଶୁଣାଣିରେ ଉପସ୍ଥିତ ନ ଥିଲେ । ଫଳରେ ଶୁଣାଣିକୁ ସ୍ଥଗିତ ରଖାଯାଇଛି । ପୁଣି ଥରେ ଜଗୀଙ୍କୁ ନୂଆ ସମନ ପଠାଯିବ ବୋଲି ମହିଳା କମିଶନ ଅଧ୍ୟକ୍ଷା ନମିତା ବେହେରା କହିଛନ୍ତି ।

କମିଶନରେ ହାଜର ହେଲା ପରେ ଏକ ବିବୃତିରେ ଜଗୀ କହିଛନ୍ତି ଯେ, ମାମଲାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯିବା ସହ ଅଭିଯୋଗ ସତ ହୋଇଥିଲେ , ଅଭିଯୁକ୍ତଙ୍କୁ ଦଣ୍ଡ ଦିଆଯାଉ । ଜଗିଙ୍କ ମତରେ ଓଟିଭି ପାଖରେ ଅଭିଯୋଗ ଆସିବା ମାତ୍ରରେ ସଂପୃକ୍ତ ଅଭିଯୋଗକାରିଣୀଙ୍କୁ ପୋଲିସରେ ଅଭିଯୋଗ କରିବାକୁ କୁହାଯାଇଥିଲା । ଏ ନେଇ ଓଟିଭି ପକ୍ଷରୁ ପୋଲିସ ନିକଟରେ ସମସ୍ତ ତଥ୍ୟ ରଖାଯାଇଥିବା ଜଗି କହିଛନ୍ତି ।

Comments are closed.