ମିଥୁନଙ୍କ ଦାବି, ବିଜେପି ସହ ସମ୍ପର୍କରେ ଅଛନ୍ତି ତୃଣମୂଳ କଂଗ୍ରେସର ୩୮ ବିଧାୟକ

କୋଲକାତା: ପ୍ରସିଦ୍ଧ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ଦାବି କରିଛନ୍ତି ଯେ ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସର ୩୮ ବିଧାୟକ ବିଜେପି ସହ ଯୋଗାଯୋଗରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨୧ ବିଧାୟକ ତାଙ୍କ ସହ ଡାଇରେକ୍ଟ ଟଚରେ ଅଛନ୍ତି ।

ମିଥୁନ କହିଛନ୍ତି ଯେ ଆପଣ ବ୍ରେକିଂ ନ୍ୟୁଜ୍ ଶୁଣିବାକୁ ଚାହୁଁଛନ୍ତି କି? ବର୍ତ୍ତମାନ ୩୮ ଟିଏମସି ବିଧାୟକଙ୍କ ସହ ବିଜେପିର ବହୁତ ଭଲ ସମ୍ପର୍କ ଅଛି, ସେଥିମଧ୍ୟରୁ ୨୧ ଜଣ ଆମ ସହିତ ସିଧାସଳଖ ସମ୍ପର୍କରେ ଅଛନ୍ତି |

୨୯୪ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ ବର୍ତ୍ତମାନ ବିଜେପିର ୭୧ ଜଣ ବିଧାୟକ ଥିବାବେଳେ ଟିଏମସି ବିଧାୟକଙ୍କ ସଂଖ୍ୟା ହେଉଛି ୨୨୦ |

ଏହାପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ଦାବି କରିଥିଲେ ଯେ ୨୦୨୪ରେ ବିଜେପି ଆଉ କ୍ଷମତାକୁ ଆସିବ ନାହିଁ।

ଏହାର ଉତ୍ତରରେ ମିଥୁନ କହିଛନ୍ତି ଯେ କେବଳ ୨୦୨୪ ନୁହେଁ ବିଜେପି ବାରମ୍ବାର ଆସିବ।

ବୁଧବାର ବିଜେପି ବୈଠକରେ ଯୋଗଦେବା ପାଇଁ ମିଥୁନ ଚକ୍ରବର୍ତ୍ତୀ କୋଲକାତାରେ ଥିଲେ।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ ବିଜେପିର କୌଣସି କାମ ନାହିଁ। ସେ କହିଥିଲେ ଯେ ତିନି ଚାରି ଏଜେନ୍ସି ମାଧ୍ୟମରେ ରାଜ୍ୟ ସରକାରଙ୍କୁ ହଇରାଣ କରିବା ହେଉଛି ବିଜେପିର କାମ।

Comments are closed.