ଏମକେସିଜିରେ ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ହାଉସ ସର୍ଜନ ଗିରଫ

ବ୍ରହ୍ମପୁର – ଏମ୍‌କେସିଜି ମେଡିକାଲ କଲେଜର ଜଣେ ଶେଷ ବର୍ଷର ଏମ୍‌ବିବିଏସ୍‌ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ହାଉସ ସର୍ଜନ ଙ୍କୁ ଗିରଫ କରାଯାଇଛି । ଏ ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ବୈଦ୍ୟନାଥପୁର ଥାନା ପୋଲିସ ସୁପନ କୁମାର ପାଢ଼ୀ ନାମକ ଜଣେ ହାଉସ ସର୍ଜନଙ୍କୁ ଗିରଫ କରିଛି । ସେ ଏମ୍‌ବିବିଏସ୍‌ ଶେଷ ବର୍ଷର ଛାତ୍ରୀଙ୍କୁ ଅସଦାଚରଣ କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ବ୍ରହ୍ମପୁର ଏସ୍‌ପି ଶରବଣା ବିବେକ ଏମ୍‌ କହିଛନ୍ତି, ଏମ୍‌କେସିଜିର ୨୨ ବର୍ଷୀୟା ଏମ୍‌ବିବିଏସ୍‌ ଶେଷବର୍ଷର ଛାତ୍ରୀ ହାଉସ ସର୍ଜନ ଡା ସୁପନ କୁମାର ପାଢ଼ୀଙ୍କ ନାଁରେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ଆଣିଛନ୍ତି। ହାଉସ ସର୍ଜନ ସଂପୃକ୍ତ ଛାତ୍ରୀଙ୍କୁ ଅସଦାଚରଣ ଓ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ଛାତ୍ରୀଙ୍କୁ ମେଡିକାଲ ପରୀକ୍ଷା କରାଯାଇଥିବା ବେଳେ ହାଉସ ସର୍ଜନଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସ୍‌ପି କହିଛନ୍ତି।

Comments are closed.