ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆଜି ମୋଦି-ବାଇଡେନ ବୈଠକ | News Room Odisha

ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆଜି ମୋଦି-ବାଇଡେନ ବୈଠକ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ, ଶ୍ରୀଲଙ୍କାରେ ଅର୍ଥନୈତିକ ସଙ୍କଟ ଏବଂ ପାକିସ୍ତାନରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ବୈଠକ ହେବ। ଦୁଇ ନେତାଙ୍କ ମଧ୍ୟରେ ଏହି ସାକ୍ଷାତ ଭର୍ଚୁଆଲ୍ ହେବ | ଦୁଇ ନେତା ବର୍ତ୍ତମାନର ଦ୍ୱିପାକ୍ଷିକ ସହଯୋଗର ସମୀକ୍ଷା କରିବା ସହିତ ଦକ୍ଷିଣ ଏସିଆ, ଭାରତ- ପ୍ରଶାନ୍ତ ଅଞ୍ଚଳ ଏବଂ ପାରସ୍ପରିକ ସ୍ୱାର୍ଥର ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ।

ସୋମବାର ଦିନ ୱାଶିଂଟନରେ ଭାରତ ଏବଂ ଆମେରିକା ମଧ୍ୟରେ ‘୨+୨ ‘ ମନ୍ତ୍ରୀସ୍ତରୀୟ ଆଲୋଚନାଚକ୍ରର ଚତୁର୍ଥ ଅଧିବେଶନ ପୂର୍ବରୁ ଦୁଇ ନେତାଙ୍କ ମଧ୍ୟରେ ଏହି ଅନଲାଇନ୍ ବୈଠକ ଅନୁଷ୍ଠିତ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏହି ଆଲୋଚନାର ଚତୁର୍ଥ ଅଧିବେଶନର ଏକ ଅଂଶ ଭାବରେ ଜୟଶଙ୍କର ଆମେରିକାର ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନ ଏବଂ ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ସହ ଆଲୋଚନା କରିବେ।