ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜରୁ ମହମ୍ମଦ ଶାମି ବାଦ୍

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପୂର୍ବରୁ ଭାରତୀୟ ଦଳକୁ ବଡ଼ ଝଟକା ଲାଗିଛି । ଭେଟେରାନ ପେସର ମହମ୍ମଦ ଶାମି ଆହତ କାରଣରୁ ଏହି ସିରିଜରୁ ବାଦ୍ ପଡିଛନ୍ତି। ଶାମିଙ୍କ ହାତରେ ଆଘାତ ଲାଗିଛି।

ବାଂଲାଦେଶ ଗସ୍ତରେ ଭାରତ ତିନିଟି ଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବା କାର୍ଯ୍ୟକ୍ରମ ରହିଛି । ଦିନିକିଆ ସିରିଜ୍ ଡିସେମ୍ବର ୪ ଅର୍ଥାତ୍ ରବିବାର ଠାରୁ ଆରମ୍ଭ ହେଉଛି | ଏହି ଗସ୍ତ ପାଇଁ ମହମ୍ମଦ ଶାମି ଉଭୟ ଦିନିକିଆ ଏବଂ ଟେଷ୍ଟ ଦଳରେ ସାମିଲ ହୋଇଥିଲେ । ଯଶପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତିରେ ଶାମି ଭାରତୀୟ ପେସ୍ ଆକ୍ରମଣର ନେତୃତ୍ୱ ସମ୍ଭାଳିଥାନ୍ତେ। କିନ୍ତୁ ଆଘାତ କାରଣରୁ ସେ ଡିସେମ୍ବର ୧ରେ ଭାରତୀୟ ଦଳ ସହିତ ବାଂଲାଦେଶ ଗସ୍ତରେ ଯାଇନଥିଲେ। ଟେଷ୍ଟ ସିରିଜ୍ ପୂର୍ବରୁ ମଧ୍ୟ ସେ ଫିଟ୍ ହେବା ସମ୍ଭାବନା କମ୍ ।

Comments are closed.