ରାଜ୍ୟରେ କୋରୋନାରୁ ସୁସ୍ଥଙ୍କ ସଂଖ୍ୟା ଦେଢ ଲକ୍ଷରୁ ଅଧିକ, କୋରୋନା ଯୋଦ୍ଧାଙ୍କୁ ସଫଳତାର ଶ୍ରେୟ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- କୋଭିଡ ମହାମାରୀ ବିରୋଧୀ ଲଢେଇରେ ଓଡିଶା ଆଉ ଏକ ମାଇଲଖୁଂଟ ଅତିକ୍ରମ କରିଛି । ରାଜ୍ୟର ଦେଢ ଲୋକରୁ ଅଧିକ ଲୋକ କୋରୋନାରୁ ସୁସ୍ଥ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଫଳତା ପାଇଁ ସ୍ୱାସ୍ଥ୍ୟକର୍ମୀ ଓ କୋରୋନା ଯୋଦ୍ଧାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେମାନଙ୍କ ତ୍ୟାଗ ଓ ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ହିଁ ମୂଲ୍ୟବାନ ଜୀବନ ବଂଚାଇବା ସମ୍ଭବ ହୋଇପାରୁଛି ବୋଲି ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.