ମରୋକ୍କୋ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୨୦୦୦ ଟପିଲା | News Room Odisha

ମରୋକ୍କୋ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୨୦୦୦ ଟପିଲା

ରଓ୍ବାତ୍: ମରୋକ୍କୋ ଭୂମିକମ୍ପ ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ଶୁକ୍ରବାର ରାତିରେ ଆସିଥିବା ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁସଂଖ୍ୟା ୨,୦୦୦ ଟପିଛି । ସଦ୍ୟତମ ସୂଚନା ଅନୁଯାୟୀ, ଏହି ଭୂକମ୍ପ ଯୋଗୁଁ ଏଯାବତ୍ ୨,୦୧୨ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୨,୦୫୯ ଜଣ ଆହତ ହୋଇଛନ୍ତି । ଅନେକ ଲୋକ ବାସହୀନ ହୋଇଯାଇଛନ୍ତି।

ଏହି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ଲୋକଙ୍କ ସ୍ମତିରେ ମରୋକ୍କୋ ପ୍ରଶାସନ ଦେଶରେ ତିନି ଦିନିଆ ଜାତୀୟ ଶୋକ ଘୋଷଣା କରିଛନ୍ତି। ମରୋକ୍କୋ ରାଜା ମହମ୍ମଦ ଷଷ୍ଠ ଉଦ୍ଧାର କାର୍ଯ୍ୟରେ ସଶସ୍ତ୍ର ବାହିନୀକୁ ସ୍ୱତନ୍ତ୍ର ସର୍ଚ୍ଚ ଓ ଉଦ୍ଧାରକାରୀ ଦଳ ଏବଂ ଏକ ସର୍ଜିକାଲ ଫିଲ୍ଡ ହସ୍ପିଟାଲ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମରୋକ୍କୋ ହାଇ ଆଟଲାସ୍ ପର୍ବତରେ ଆସିଥିବା ଭୂକମ୍ପ ଯୋଗୁଁ ଦେଶର ନିକଟତମ ସହର ମାରାକେଶରେ ଅନେକ ଐତିହାସିକ ଅଟ୍ଟାଳିକା ନଷ୍ଟ ହୋଇଯାଇଛି। ତେବେ ଏହି ଭୂକମ୍ପରେ ଅଲ-ହଜ୍ ଓ ତୈରୁଦଣ୍ଟ ପ୍ରଦେଶର ଦକ୍ଷିଣରେ ଥିବା ପାହାଡ଼ିଆ ଅଞ୍ଚଳରେ ଅଧିକ ଲୋକ ମୃତାହତ ହୋଇଥିବା ସୂଚନା ମିଳିଛି।