ମଧ୍ୟ ପ୍ରଦେଶର କଲେଜ ଛାତ୍ର ଏବେ ପଢ଼ିବେ ରାମାୟଣ, ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସାମିଲ ହେବ ରାମସେତୁ

ଭୋପାଳ: ଏବେ ମଧ୍ୟପ୍ରଦେଶର କଲେଜଗୁଡ଼ିକରେ ରାମାୟଣ ଏବଂ ରାମ ସେତୁ ବିଷୟରେ ଶିକ୍ଷା ଦିଆଯିବ। ତୁଳସୀଦାସଙ୍କ ଦ୍ୱାରା ରଚିତ ‘ରାମଚରିତ ମାନସ’ ସ୍ନାତକ ଶ୍ରେଣୀର ଛାତ୍ରମାନଙ୍କୁ ପଢ଼ାଯିବ। ସେହିପରି ଇଞ୍ଜିନିୟରିଂ ପାଠ୍ୟକ୍ରମରେ ‘ରାମସେତୁ’କୁ ସାମିଲ କରାଯାଇଛି। ଏହାଛଡ଼ା ମେଡିକାଲ୍ ଛାତ୍ରମାନେ ହିନ୍ଦୀରେ ପାଠ ପଢ଼ିବାକୁ ବିକଳ୍ପ ପାଇବେ |

ରାଜ୍ୟ ମେଡିକାଲ ଶିକ୍ଷା ମନ୍ତ୍ରୀ ବିଶ୍ବାସ ସାରଙ୍ଗ କହିଛନ୍ତି ଯେ “ଖୁବ୍ ଶୀଘ୍ର ଆମେ ହିନ୍ଦୀରେ ମଧ୍ୟ ମେଡିକାଲ୍ ପାଠ୍ୟକ୍ରମ ଆରମ୍ଭ କରିବୁ। ଏଥିପାଇଁ ଏକ କମିଟି ଗଠନ କରାଯାଇଛି।
ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ମୋହନ ଯାଦବଙ୍କ କହିବାନୁଯାୟୀ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସବୁ ପ୍ରସ୍ତୁତି ଶେଷ ହୋଇଛି । ସେ କହିଛନ୍ତି ଯେ ପାଠ୍ୟକ୍ରମରେ ‘ଶ୍ରୀ ରାମଚରିତମାନସ’ଙ୍କୁ ଅନ୍ତର୍ଭୁକ୍ତ କରିବା ଭବିଷ୍ୟତ ପୀଢ଼ି ପାଇଁ ବହୁତ ଲାଭଦାୟକ ହେବ।

ବ୍ୟାବହାରିକ ଦର୍ଶନ ନାମରେ ବି ଏକ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ସ୍ନାତକ କଳା (ବିଏ) ର ପ୍ରଥମ ବର୍ଷର ଛାତ୍ରଯେଉଁମାନେ ଦର୍ଶନଶାସ୍ତ୍ରକୁ ଗୋଟିଏ ବିଷୟ ଭାବରେ ଗ୍ରହଣ କରିଛନ୍ତି ସେମାନେ ଏହାକୁ ଅଧ୍ୟୟନ କରିପାରିବେ, ଯଦିଓ ଏହା ଏକ ବୈକଳ୍ପିକ ବିଷୟ ହେବ |

Comments are closed.