ଦୁଷ୍କର୍ମ ଅଭିଯୋଗରେ ଅନୁରାଗ କଶ୍ୟପଙ୍କୁ ମୁମ୍ବାଇ ପୋଲିସର ସମନ

ମୁମ୍ବାଇ- ଦୁଷ୍କର୍ମ ଅଭିଯୋଗରେ ଫିଲ୍ମ ନିର୍ମାତା-ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କୁ ପଚରାଉଚୁରା ପାଇଁ ମୁମ୍ବାଇ ପୋଲିସ ସମନ ଜାରି କରିଛି । ଆସନ୍ତାକାଲି ଦିନ ୧୧ଟା ବେଳେ ଭର୍ସୋଭା ପୋଲିସ ଷ୍ଟେସନରେ ତାଙ୍କୁ ହାଜର ହେବା ପାଇଁ କୁହାଯାଇଛି । ଅଭିନେତ୍ରୀ ପାୟଲ ଘୋଷ ଅନୁରାଗଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଏ ନେଇ ଏତଲା ଦାୟର ହୋଇଛି । ତେବେ ପାୟଲଙ୍କ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଅନୁରାଗ । ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଫସାଯାଉଛି ବୋଲି ସେ ପୂର୍ବରୁ କହିଥିଲେ ।

Comments are closed.