ଯୌନ ନିର୍ଯାତନା ଅଭିଯୋଗକୁ ଖଣ୍ଡନ କଲେ ମସ୍କ

ନ୍ୟୁୟର୍କ: ତାଙ୍କ ବିରୋଧରେ ହୋଇଥିବା ଯୌନ ନିର୍ଯାତନା ଅଭିଯୋଗକୁ ଟେସଲା ମୁଖ୍ୟ ଏଲନ୍ ମସ୍କ ଖଣ୍ଡନ କରିଛନ୍ତି । ମସ୍କଙ୍କ କମ୍ପାନୀ ‘ସ୍ପେସ୍ ଏକ୍ସ’ର ହିଁ ଜଣେ ବିମାନ ପରିଚାରିକା ତାଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଥିଲେ।

ବିମାନ ପରିଚାରିକା ଜଣକ ଅଭିଯୋଗ କରିଥିଲେ ଯେ ୨୦୧୬ରେ ସେ ମସ୍କଙ୍କ ଯୌନ ନିର୍ଯାତନାର ଶିକାର ହୋଇଥିଲେ ।

‘ବିଜନେସ୍ ଇନସାଇଡର୍’ର ଏକ ରିପୋର୍ଟ ଅନୁଯାୟୀ, ‘ସ୍ପେସ୍ ଏକ୍ସ’ ଉକ୍ତ ମହିଳାଙ୍କୁ ମସ୍କଙ୍କ ବିରୋଧରେ ମକଦ୍ଦମା ଦାୟର ନ କରିବା ପାଇଁ ୨୦୧୮ରେ ୨୫୦,୦୦୦ ଡଲାର୍ (୨ କୋଟି) ଦେଇଥିଲା ।

ରିପୋର୍ଟ ଅନୁଯାୟୀ, ଘଟଣାର କିଛି ଘଣ୍ଟା ପରେ ବିମାନ ପରିଚାରିକା ତାଙ୍କର ଜଣେ ମହିଳା ବନ୍ଧୁଙ୍କୁ ଏ ସମ୍ପର୍କରେ କହିଥିଲେ। ତାଙ୍କର ଉକ୍ତ ବନ୍ଧୁ ବିଜନେସ୍ ଇନସାଇଡରକୁ ଏହି ଘଟଣା ବିଷୟରେ କହିଛନ୍ତି।

ତେବେ ମସ୍କ ତାଙ୍କ ବିରୋଧରେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏହି ଅଭିଯୋଗକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ମସ୍କ କହିଛନ୍ତି।

Comments are closed.