ନୀତି ଆୟୋଗର ଡେଲଟା ରାକିଂରେ ଓଡିଶାର ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲା, ସ୍ଥାୟୀ କୃଷି ବିକାଶ ଓ ଜଳସଂପଦ ସୁବିନିଯୋଗ କ୍ଷେତ୍ରରେ ଭଲ ପ୍ରଦର୍ଶନ

ଭୁବନେଶ୍ୱର : କୃଷି ଓ ଜଳ ସଂପଦ କ୍ଷେତ୍ରରେ ନୀତି ଆୟୋଗ କରିଥିବା ଡେଲଟା ରାକିଂରେ ଓଡିଶାର ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲା ଅଛନ୍ତି । ନୀତି ଆୟୋଗର ଜୁଲାଇ ୨୦୨୦ ରାକିଂରେ ଏହି ଦୁଇ ଜିଲ୍ଲା ସ୍ଥାନ ପାଇଛନ୍ତି । ସସଟେନେବଲ୍ କୃଷି ଅଭ୍ୟାସ ଓ ଜଳ ସମ୍ବଳର ସୁବିନିଯୋଗ କ୍ଷେତ୍ରରେ ନବରଂଗପୁର ଓ କନ୍ଧମାଳ ଜିଲ୍ଲା ଆଂକାକ୍ଷା ଜିଲ୍ଲାଗୁଡିକ ମଧ୍ୟର ଭଲ ପ୍ରଦର୍ଶନ କରିଛନ୍ତି । ଏହି ଦୁଇ ଜିଲ୍ଲାକୁ ନୀତି ଆୟୋଗର ସ୍ୱୀକୃତି ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ତୋଷ ପ୍ରକାଶ କରିଛନ୍ତି । କୃଷି ବିକାଶ ଓ କୃଷକ ସଶକ୍ତିକରଣ ରାଜ୍ୟ ସରକାରଙ୍କ ପ୍ରାଥମିକତା ରହିଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଟ୍ୱିଟରେ କୁହାଯାଇଛି ।

Comments are closed.